Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆ.କଟାପାଲି ଆଇସିଡିଏସ ପରିଦର୍ଶିକାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଆଇସିଡିଏସ ଅଧିନସ୍ଥ ଆ.କଟାପାଲି ସେକ୍ଟର ପରିଦର୍ଶିକା ମହାଲକା ବେଗମ ଅବସର ନେଇଥିବାବେଳେ,ତାଙ୍କୁ ଗତକାଲି ଗୋଶାଲାସ୍ଥିତ କଳାମାଟି ରାଜୀବଭବନ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଗତ ୨୦୧୯ ଜୁଲାଇରେ ପରିଦର୍ଶିକା ଭାବରେ ଯୋଗଦାନ କରି ସୁଚାରୁ ଦାୟିତ୍ୱ ସମ୍ପାଦନ କରିଥିଲେ।ସେ କର୍ତ୍ତବ୍ୟପରାୟଣା,ମେଲାପି,ସମଭାବାପନ୍ନ ଥିଲେ।ସେ ପାରିବାରିକ ସମସ୍ୟା ପାଇଁ ଅକ୍ଟୋବର ୩୧ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଆଇସିଡିଏସ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ,କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିବାବେଳେ,ସମସ୍ତ ଅଙ୍ଗନବାଡି କର୍ମୀ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ