Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ର ବିଭିନ୍ନ ବିଦ୍ୟାଳୟ ରେ ଶିଶୁ ଦିବସ ପାଳନ

ଲକ୍ଷ୍ମୀପୁର ୦୫.୧୧ …ଲକ୍ଷ୍ମୀପୁର ର ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଶିଶୁ ଦିବସ ପାଳନ କରାଯାଇଛି।ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ରାମ ଚନ୍ଦ୍ର ନାହାକ ଯୋଗ ଦେଇ ପଣ୍ଡିତ ଜୱାହାର ଲାଲ୍ ନେହେରୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ଶିଶୁ ଅଧିକାର ଆଇନ୍ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହାପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ର ଗ୍ୟାଲେରୀ ଉନ୍ମୋଚନ କରିଥିଲେ।ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗୋଲି,ସଂଗୀତ ଗାନ,ଡ୍ରାମା,ନୃତ୍ୟ ପରିବେଷଣ ଆଦି ଦେଖି ଖୁସି ବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା, ଏ ବି ଇ ଓ ମାନସ କୁମାର ମୁଖାର୍ଜୀ, ପ୍ରିୟମ୍ବଦା ପାତ୍ର, ବିଭୁତି ଭୁଷଣ ଟାକ୍ରି ଓ ପୂର୍ବତନ ଶିକ୍ଷକ ଫକିର ମୋହନ ସାହୁ ଯୋଗ ଦେଇ ପଣ୍ଡିତ ନେହୁରୁ ଙ୍କ ଜୀବନ ଦର୍ଶନ ଓ ଶିଶୁ ଦିବସ ପାଳନ ସମ୍ବନ୍ଧରେ ଆଲୋକପାତ କରିଥିଲେ।  ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ଇଂରାଜି ଶିକ୍ଷକ ସପନ କୁମାର ଦିକ୍ଷୀତ ସ୍ବାଗତ ସଂଗୀତ ପରିବେଷଣ ଓ ବିଭିନ୍ନ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶିଶୁଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଧରଡ଼ା ର ସଂସ୍କୃତ ଶିକ୍ଷକ ଶ୍ରୀ ଚକ୍ରଧର ଧର ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅତିଥିଙ୍କ ପରିଚୟ ଶ୍ରୀମାନ ଗୋପୀନାଥ ମହାପାତ୍ର , ଉଦ୍ଦେଶ୍ୟ ଜ୍ଞାପନ ଗିରିଜା ହିଆଲ୍ ଓ ଧନ୍ୟବାଦ ଜ୍ଞାପନ ଅନୁପମା ତୁରୁକ୍ କରିଥଲେ । କାର୍ଯ୍ୟକ୍ରମ ପରିଶେଷରେ ସମସ୍ତ ଶିଶୁ ଭାଇଭଉଣୀ ଓ ଗୁରୁଜୀ ଗୁରୁମା ଘୋଷ ଦଳ ସହିତ ନଗର ପରିକ୍ରମା କରିଥଲେ।ସମସ୍ତ ଗୁରୁଜୀ, ଗୁରୁମା ଓ ମାଉସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।ସେହିପରି ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ରେ ମଧ୍ୟ ଶିଶୁଦିବସ ପାଳିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ