Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମିଳିଗୁଡା ବ୍ଲକ ରେ 2023ପର୍ବ ଉଦଘାଟିତ

କୋରପୁଟ ଜିଲ୍ଲା ସେମିଳିଗୁଡାବ୍ଲକ ଅନ୍ତର୍ଗତ ସେମିଳିଗୁଡା ତହସିଲ କାର୍ଯ୍ୟାଳୟ ନିକଟସ୍ଥ ମିନି ଷ୍ଟାଡିୟମ ଠାରେ କ୍ରୀଡ଼ା ପ୍ରତିଯୋଗିତା ୨୦୨୩ ପରର୍ବ ବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ବିଧାୟକ ପିତମ ପାଢ଼ୀ ଯୋଗ ଦେଇ ଲୋକାୟିତ କଳା ସଂସ୍କୃତି କ୍ରୀଡ଼ା ଲୋକାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରେରଣା ଦେବା ସହ କ୍ରୀଡ଼ାରେ ଭାଗ ନେଇ ଥିବା ୧୭ ଗୋଟି ଗ୍ରାମ ପଞ୍ଚାୟତର କନିଷ୍ଠ ଏବଂ ବରିଷ୍ଠ କ୍ରୀଡ଼ାକାରୀଙ୍କୁ ଉତ୍ସାହିତ କରିବା ସହ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ପରବ କ୍ରୀଡ଼ା ପତକାକୁ ଉତ୍ତୋଳନ କରିଥିଲେ ଶ୍ରୀ ବିଧାୟକ କହିଥିଲେ ଯେ ଯୁବ କ୍ରୀଡ଼ା କାରୀଙ୍କୁ ଶାନ୍ତି ଶୃଙ୍ଖଳାରେ ବଜାୟରଖି ବିଭିନ୍ନ କ୍ରୀଡ଼ା ରେ ଯୋଗ ଦେଇ ବିଜୟ ହେବ ପାଇଁ କାମନା କରିଥିଲେ। ପରେ ଭଲି ପଡ଼ିଆରେ ଯୋଗ ଦେଇ ଭଳି ଖେଳ କୁ ଶୁଭ ଉଦଘାଟନ କରିଥିଲେ।ପରେ ଢେମସା ନାଚରେ ଭାଗ ନେଇ ଥିଲେ।ସମ୍ମାନିତ ଅତିଥି ଭାବେ ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷ। ଲିଲି ଅଣ୍ଟାବିରିଆ ଉପାଧ୍ୟକ୍ଷ ଶିବା ବାଙ୍ଗାରି ସେମିଳିଗୁଡ଼ା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ମୋହନ ଜାନି,ଜିଲ୍ଲା ପରିଷଦ ସଭ୍ୟା ଯୋଶୁଦା ଖିଲ ପୌର ପରିଷଦ ଉପାଧ୍ୟକ୍ଷ। ରିତୁ କଣ୍ଟା,ବ୍ଲକ ଏବିଡ଼ିଓ ଧିରେନ୍ଧ୍ର କଣ୍ଡାଗିରି, ପୂର୍ବତନ ବ୍ଲକ ଅଦ୍ୟକ୍ଷ ଦିନେଶ ଖରା,ପୂର୍ବତନ ଉପାଦକ୍ଷ ଅନନ୍ତ ରାମ ମାଟାମ, ବ୍ଲକ ଏଇ ସୃଷ୍ଟି ସୁହାସିନୀ ମଳିକ, ଜେଇ ସଂଜୟ ପୃଷ୍ଟି, ଜିପିଓ କେ କେଶବ, ବ୍ଲକ ସଭାପତି ରାମ ଅଣ୍ଟବିରିଆ, ବ୍ଲକ ର 17 ଗୋଟି ସରପଞ୍ଚ, ସମିତି ସଭ୍ୟ, ଉପସ୍ଥିତ ରହି କ୍ରୀଡା କାରିଙ୍କୁ ଉତ୍ସାହିତ କରିଥିଲେ, ଆଜିକା ଖେଳ ରେ ଭଳି ବୋଲ, କବାଡି ବିରିଷ୍ଟ ଓ କୋନିଷ୍ଟ, ମିହିଲା ଓ ପୁରୁଷ, ସହେ, ଦୁଇ ସହ, ଚାରି ସହ, ମିଟର ଦଉଡା, ହାଇ ଜୋମ୍ପ, ଲୋଙ୍ଗ ଜୁମ୍ପ, ଷୋଟ ପୁଟ, ଖେଳର ଆୟୋଜନ କରା ଯାଇଥିଲା, କାର୍ଯ୍ୟକ୍ରମକୁ ଜିଆରଏସ ମନୋଜ ହିଆଲ ମଞ୍ଚ ପରିଚାଳନା କିରିଥିବା ବେଳେ ପରିସେସ ରେ ବ୍ଲକ ଅଦ୍ୟକ୍ଷା ଲିଲି ଅଣ୍ଟାବିରିଆ ଧନ୍ୟ ବାଦ ଅର୍ପଣ କରିଥଲେ. ଉକ୍ତ କାର୍ଯ୍ୟ କ୍ରୋମରେ ବ୍ଲକର ସମସ୍ତ ଅଧିକାରୀ ସହଯୋଗ କରିଥିଲେ.
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ