Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମି ଫାଇନାଲରେ ଚାଲୁନି ବିରାଟ, ରୋହିତ ଓ ରାହୁଲଙ୍କ ବ୍ୟାଟ୍; ଓ୍ଵାଙ୍ଖେଡ଼େରେ ବଦଳାଇବାକୁ ପଡ଼ିବ ଇତିହାସ

ମୁମ୍ବାଇ: ଓ୍ଵାଙ୍ଖେଡ଼େରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳର ଟପ୍ ଅର୍ଡରକୁ ନୂତନ ଇତିହାସ ରଚିବାକୁ ପଡ଼ିବ। ବିରାଟ କୋହଲି ହେଉ କି ରୋହିତ ଶର୍ମା ଏହି ଦୁଇ ମହାନ ବ୍ୟାଟର ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟରେ ବିଫଳ ହୋଇଛନ୍ତି। କେବଳ ଏତିକି ନୁହେଁ ମଧ୍ୟକ୍ରମର ସଫଳ ବ୍ୟାଟର କେଏଲ ରାହୁଲ ମଧ୍ୟ ବିଫଳ ରହିଛନ୍ତି। ମାତ୍ର ଓ୍ଵାଙ୍ଖେଡ଼େରେ ଏହି ତିନି ଦିଗଜକୁ ନୂତନ ଇତିହାସ ଲେଖିବାକୁ ପଡ଼ିବ।

ବିରାଟ କୋହଲି ବର୍ତ୍ତମାନ ଦୁନିଆର ଏକ ନମ୍ବର ବ୍ୟାଟର, ଯିଏ ନିଜର ଚତୁର୍ଥ ବିଶ୍ଵକପ୍ ଖେଳୁଛନ୍ତି। ଏଥର ବିଶ୍ଵକପରେ କୋହଲିଙ୍କ ବ୍ୟାଟରୁ ରନ ବର୍ଷା ହେଉଛି। ତେବେ ତାଙ୍କର ଅସଲ ପରୀକ୍ଷା ଆଜିର ମ୍ୟାଚରେ ଦେବାକୁ ପଡ଼ିବ। କାରଣ ଅଦ୍ୟାବଧି ବିଶ୍ଵକପର ନକଆଉଟରେ ପର‌୍ୟ୍ୟାୟରେ ବିରାଟଙ୍କ ବ୍ୟାଟ୍ ଶାନ୍ତ ରହିଛି।

ବିରାଟ କୋହଲିଙ୍କ ନକଆଉଟରେ ପ୍ରଦର୍ଶନ ଚିନ୍ତାଜନକ। ଏହି ସମୟରେ ସେ ଥରୁଟିଏ ବି ଅର୍ଦ୍ଧଶତକ ବି ହାସଲ କରି ପାରି ନାହାନ୍ତି। ବିଶ୍ଵକପ୍ ନକଆଉଟରେ ବିରାଟଙ୍କ ଶ୍ରେଷ୍ଠ ସ୍କୋର ୩୫ ରନ। ୨୦୧୧ ବିଶ୍ଵକପ୍ ଫାଇନାଲରେ ସେ ଶ୍ରୀଲଙ୍କା ବିପକ୍ଷରେ ଏହି ସ୍କୋର କରିଥିଲେ। ଏହା ପରେ କୋହଲି ନକଆଉଟ୍ ମ୍ୟାଚ୍ରେ ୨୪, ୬, ୩୫, ୩, ୧, ୧ ରନ କରିଛନ୍ତି। ୨୦୧୧ ବିଶ୍ଵକପରେ ଅଷ୍ଟ୍ରେଲିଆ ବିପକ୍ଷ କ୍ଵାର୍ଟର ଫାଇନାଲରେ ମ୍ୟାଚରେ ୨୪ ରନ କରିଥିଲେ। ଏହା ପରେ ସେ ଉକ୍ତ ବିଶ୍ଵକପର ପାକିସ୍ତାନ ବିପକ୍ଷ ସେମି ଫାଇନାଲରେ ୯ ରନ କରିଥିଲେ।

ସେମି ଫାଇନାଲରେ ରୋହିତ ଶର୍ମାଙ୍କ ଅବସ୍ଥା ବିରାଟ କୋହଲିଙ୍କ ପରି ରହିଛି। ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ସର୍ବୋଚ୍ଚ ସ୍କୋର ୩୪ ରନ କରିଛି। ୨୦୧୯ରେ ରୋହିତ ଶର୍ମା ମାତ୍ର ଏକ ରନ କରି ଆଉଟ୍ ହୋଇଥିଲେ। ରାହୁଲ ମଧ୍ୟ ଅଦ୍ୟାବଧି ଗୋଟିଏ ସେମି ଫାଇନାଲ୍ ମ୍ୟାଚ୍ ଖେଳିଛନ୍ତି। ଏଥିରେ ତାଙ୍କ ବ୍ୟାଟରୁ ଏକ ରନରୁ ଅଧିକ ବାହାରି ନାହିଁ। ଯଦି ଓ୍ଵାଙ୍ଖେଡ଼େ ମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିବାକୁ ହେଲେ ଏହି ତିନି ଖେଳାଳିଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ