Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ସେମି ଫାଇନାଲରେ ପିଚ୍ ବିବାଦ, ପାଟ୍ କମିନ୍ସ କହିଲେ- ଆଇସିସି ନିକଟରେ ପିଚ୍ କ୍ୟୁରେଟର ଅଛନ୍ତି, ଯିଏ…

ମୁମ୍ବାଇ: ବିଶ୍ଵକପ୍ ୨୦୨୩ର ସେମି ଫାଇନାଲ୍ ମ୍ୟାଚ୍ ପୂର୍ବରୁ ନୂତନ ବିବାଦ ସାମ୍ନାକୁ ଆସିଛି। ଇଙ୍ଗ୍ଲିସ ମିଡିଆ ବିସିଆଇ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛି ଯେ, ପିଚ୍ ନିଜ ହିସାବରେ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଆଇସିସିର ବିନା ଅନୁମତିରେ ପିଚ୍ ନିଜ ହିସାବରେ ପ୍ରସ୍ତୁତ କରାଯାଇଛି। ପିଚ୍ ବିବାଦ ସାମ୍ନାକୁ ଆସିବା ପରେ ଦ୍ଵିତୀୟ ସେମି ଫାଇନାଲ୍ ଖେଳିବାକୁ ଯାଉଥିବା ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ୍ କମିନ୍ସଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ନଭେମ୍ବର ୧୬ରେ ବିଶ୍ଵକପ୍ ୨୦୨୩ର ଦ୍ଵିତୀୟ ସେମି ଫାଇନାଲ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାଟ୍ କମିନ୍ସଙ୍କୁ ପିଚ୍ ବଦଳାଇବା ସମ୍ପର୍କରେ ପ୍ରଶ୍ନ ହୋଇଥିଲା। ଏହାର ଜବାବରେ ସେ କହିଛନ୍ତି, ଆଇସିସି ନିକଟରେ ନିଜର ପିଚ୍ କ୍ୟୁରେଟର ରହିଛି, ଯିଏ ପିଚର ପରିଚାଳନା କରିଥାନ୍ତି। ସେ ଏହା ମଧ୍ୟ କହିଛନ୍ତି, ପିଚ୍ ବଦଳାଇବା କିମ୍ବା ଟେପରିଂ କରିବାର କୌଣସି ପ୍ରଶ୍ନ ଉଠୁନି। କମିନ୍ସ ଏହା ମଧ୍ୟ କହିଛନ୍ତି, ବିଶ୍ଵକପରେ ତାଙ୍କ ଦଳକୁ ପିଚକୁ ନେଇ କୌଣସି ସମସ୍ୟା ନାହିଁ।

ପାଟ୍ କମିନ୍ସ କହିଛନ୍ତି, ଆଇସିସି ନିକଟରେ ସ୍ଵତନ୍ତ୍ର ପିଚ୍ କ୍ୟୁରେଟର ରହିଛନ୍ତି। ମୋତେ ବିଶ୍ଵାସ ଯେ ପିଚ୍ କ୍ୟୁରେଟର ଏହା ସୁନିଶ୍ଚିତ କରି ଆସିଛନ୍ତି ଯେ, ପିଚ୍ ଦୁଇ ଦଳ ପାଇଁ ଉଚିତ୍ ରହିବ। ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଯେତେ ମ୍ୟାଚ୍ ଆମେ ଖେଳୁଛି, ସେଥିରେ ପିଚକୁ ନେଇ କୌଣସି ସମସ୍ୟା ଦେଖିନୁ। ଅଷ୍ଟ୍ରେଲିଆ ଦଳ ୯ଟି ମ୍ୟାଚରୁ ୭ଟି ମୁକାବିଲା ଜିତି ସେମି ଫାଇନାଲାରେ ପହଞ୍ଚିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ