Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଚ୍ ପୂର୍ବରୁ ଏୟାର ଶୋ, ଆସିବେ ଏସବୁ ଅତିଥି; ଜମିବ ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ୍ ମ୍ୟାଚ୍ ଖେଳାଯିବ। ଏହି ସମୟରେ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଦର୍ଶକ ଓ ଅନେକ ଭିଭିଆଇପି ଉପସ୍ଥିତ ରହିବେ। ଏହି ମହାମୁକାବିଲା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମୁକାବିଲା ପୂର୍ବରୁ ଏୟାର ଶୋର ଆୟୋଜନ କରାଯିବ। ଭାରତୀୟ ବାୟୁସେନା ଓ ସୂର୍ଯ୍ୟକିରଣ ଆକାଶରେ ରଣ କୌଶଳ ପ୍ରଦର୍ଶନ କରିବେ। ସୂର୍ଯ୍ୟକିରଣ ଓ ଏରୋବେଟିକ ଦଳ ପାଖାପାଖି ୧୦ ମିନିଟ୍ ଯାଏ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିବେ। ଏହାର ରିହଲର୍ସଲ ମଧ୍ୟ କରାଯିବ।

ଫାଇନାଲ୍ ମ୍ୟାଚ୍ ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନେକ ପ୍ରକାରର ଲାଇଟ୍ ଲଗାଯାଇଛି। ଲାଇଟ୍ସ ସହ ପୁରା ଷ୍ଟାଡିୟମରେ ଅନେକ ସ୍ଥାନରେ ସ୍ପିକର୍ସ ଲଗାଯାଇଛି। ଏଥିରେ କମେଣ୍ଟ୍ରି ସହିତ ଗୀତ ଲାଗିବ। ଏହା ଦର୍ଶକଙ୍କ ଅନୁଭବକୁ ଦ୍ଵିଗୁଣିତ କରିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ୍ ମୁକାବିଲା ଦେଖିବାକୁ ଷ୍ଟାଡିୟମ ଆସି ପାରନ୍ତି। ଏହି ମୁକାବିଲା ଦେଖିବା ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ପହଞ୍ଚି ପାରନ୍ତି।

ସୂଚନାଯୋଗ୍ୟ, ଗତକାଲି ଦ୍ଵିତୀୟ ସେମି ଫାଇନାଲରେ ପାଞ୍ଚ ଥରର ଚାମ୍ପିଅନ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୩ ଓ୍ଵିକେଟ୍ ହରାଇ ଅଷ୍ଟମ ଥର ଫାଇନାଲରେ ପ୍ରବେଶ କରିଛି। ଏବେ ଫାଇନାଲରେ କଙ୍ଗାରୁ ଓ ଭାରତ ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ