୧୫ରୁ ଦୁବାଇକୁ ଭୁବନେଶ୍ବରରୁ ଉଡିବ ବିମାନ
 
        ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ। ଏ ନେଇ ଆଜିଠୁ ଟିକେଟ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତା ମେ ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ। ତେବେ ଏହି ବିମାନ ସେବା ସିଧାସଳଖ ଭୁବନେଶ୍ବରରୁ ଦୁବାଇକୁ ଉଡାଣ ଭରିବ। ଏ ନେଇ ସୂଚନା ଦେଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।
ପୂର୍ବରୁ ମଧ୍ୟ ଓଡ଼ିଶାରୁ ଭୁବନେଶ୍ବରରୁ ଆନ୍ତର୍ଜାତିକ ବିମାନ ଉଡାଣ ହୋଇଛି। ଏଭଳି ଏକ ପଦକ୍ଷେପ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶର ସୁଯୋଗ ଦେବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଦେଖି ଖୁସି ଜାହିର କରିଛନ୍ତି।
ତେବେ ତିନୋଟି ମୁଖ୍ୟ ସହରକୁ ବିମାନ ଚଳାଚଳ ପାଇଁ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ଇଣ୍ଡିଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଗତ ଡିସେମ୍ବରରେ ଏହାକୁ ମଞ୍ଜୁରୀ ଦେଇଥିଲେ ।

 
                        
 
                                 
                                 
                                 
                                 
                                