Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜସେବୀ ଦିବ୍ୟକିଶୋର ଭୋଇଙ୍କ ଦେହାନ୍ତ ରେ ଶୋକ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଳାମାଟି ପଞ୍ଚାୟତ ସରପଞ୍ଚ ଡ଼.ସୁଷମା ସାହୁ ଙ୍କ ପିତା ତଥା ଗୋଡ଼ଭଗା ଅଞ୍ଚଳର ସମବାୟ ପୁରୋଧା ତଥା ସମାଜସେବୀ ଦିବ୍ୟକିଶୋର ଭୋଇ ଗତକାଲି ପ୍ରାୟ ଅପରାହ୍ନ ଘ.୨:୩୦ ମିନିଟରେ ଭିମସାର୍, ବୁର୍ଲା ଠାରେ ଚିକିତ୍ସାଧିନ ଅବସ୍ଥାରେ ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଗୋଡଭଗା ପଞ୍ଚାୟତ ଅର୍ନ୍ତଗତ ଭୋଇଟିକ୍ରା ଗ୍ରାମ ବାସିନ୍ଦା ସ୍ୱର୍ଗତ ଭୋଇ ସମଗ୍ର ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଥିଲେ। ସମବାୟ ଆନ୍ଦୋଳନକୁ ସକ୍ରିୟ ଭାବେ ଗଢି ତୋଳି ଚାଷୀଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଅହରହ ସଂଗ୍ରାମ କରୁଥିବା ଭୋଇ ବାବୁ ପରବର୍ତ୍ତୀ ସମୟରେ ବିଭିନ୍ନ ସମବାୟ ସମିତି ସହ ଜଡ଼ିତ ଥିଲେ। ଲହଣ୍ଡା ସେବା ସମବାୟ ସମିତି ଓ ରେଙ୍ଗାଲିକେମ୍ପ୍ ଆର୍.ସି.ଏମ୍.ଏସ୍. ର ସଭାପତି ଭାବେ ସୂଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ। ଜଣେ ଶିକ୍ଷାବିତ୍ ଭାବେ ଗୋଡଭଗା ସାରସ୍ୱତ ମହାବିଦ୍ୟାଳୟର ସଭାପତି ଭାବେ କାର୍ଯ୍ୟକରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ। ଆଧ୍ୟାତ୍ମିକ ମାର୍ଗର ଜଣେ ପ୍ରବକ୍ତା ଭାବେ ସ୍ଥାନୀୟ ସମଲେଶ୍ବରୀ ମନ୍ଦିରର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ। ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ଉନ୍ନତି ପାଇଁ ଦିବାରାତ୍ର ଉଦ୍ୟମରତ ଥିଲେ। ଜଣେ ମେଳାପି ସ୍ୱଭାବର ମଣିଷ ଭୋଇବାବୁଙ୍କ ପରଲୋକ ଗମନରେ ଅଞ୍ଚଳବାସୀ ତଥା ଜଣାଶୁଣା ମହଲରେ ଶୋକ ର ଛାୟା ଖେଳିଯାଇଛି।ପ୍ରକାଶ ଥାଉକି ତାଙ୍କରି ଅନ୍ତିମଶଯ୍ୟା ନିକଟରେ ସମସ୍ତ ପରିବାରବର୍ଗ ବନ୍ଧୁପରିଜନ ଉପସ୍ଥିତ ଥିଲାବେଳେ,ଅଞ୍ଚଳର ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ତାଙ୍କରି ପୁଅ ସୁଦୀପ ମୁଖାଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ