ଏସ ଏଜୁକେସନ ସଂସ୍ଥାର ବାର୍ଷିକ ଉତ୍ସବ ପାଳିତ


ସେମିଳିଗୁଡା: ତା ୧୮/୧୧/୨୩: ସେମିଳିଗୁଡା ସ୍ଥିତ ଏସ ଏଜୁକେଶନ ସଂସ୍ଥାର ବାର୍ଷିକ ଉତ୍ସବ ସ୍ଥାନୀୟ ବ୍ରାଇଟ ଷ୍ଟାର ହୋଟେଲ ର କନଫରେନ୍ସ କକ୍ଷରେ ଆୟୋଜିତ ହୋଇଯାଇଛି। ଏସ ଏଜୁକେଶନ ସଂସ୍ଥାର ସଭାନେତ୍ରୀ ଭବାନୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସୁନାବେଡା ମହିଳା ଡ଼ିଗ୍ରୀ କଲେଜ ର ଅଧ୍ୟକ୍ଷା ଉଷାରାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ମିଲାନୀ ମିତ୍ରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗିନ ବିକାଶ ପାଇଁ ‘ଏସ ଏଜୁକେଶନ’ ଦ୍ଵାରା କରାଯାଉଥିବା ବିଭିନ୍ନ ପ୍ରୟାସ ର ଭୂୟସୀ ପ୍ରଶଂସା କରିଥିଲେ। ଏହି ଏସ ଏଜୁକେଶନ’ ର ନିର୍ଦ୍ଦେଶକ ରାଜ ନୃସିଂହ ପଣ୍ଡା ବାର୍ଷିକ ବିବରଣୀ ପାଠ କରି ଉକ୍ତ ସଂସ୍ଥା ପକ୍ଷରୁ ଶିକ୍ଷା ର ବିକାଶ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଆୟୋଜିତ ଓପନ ଚେସ୍, ରୁବିକସ୍ କ୍ୟୁବ, ଓପନ ବ୍ରେନ ଭିଟା,ଚିତ୍ର ଧାରଣା, ଶବ୍ଦ ଖେଳ ଆଦି ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏକାଦଶ ଶ୍ରେଣୀ ର ଛାତ୍ର ଗୌତମ, ସୁରଜ୍ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏକାଡେମିକ୍ ସଂଯୋଜକ ଅମିୟ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏସ ଏଜୁକେଶନ ସଂସ୍ଥାର ବାର୍ଷିକ ଉତ୍ସବ ପାଳିତ
ସେମିଳିଗୁଡା: ତା ୧୮/୧୧/୨୩: ସେମିଳିଗୁଡା ସ୍ଥିତ ଏସ ଏଜୁକେଶନ ସଂସ୍ଥାର ବାର୍ଷିକ ଉତ୍ସବ ସ୍ଥାନୀୟ ବ୍ରାଇଟ ଷ୍ଟାର ହୋଟେଲ ର କନଫରେନ୍ସ କକ୍ଷରେ ଆୟୋଜିତ ହୋଇଯାଇଛି। ଏସ ଏଜୁକେଶନ ସଂସ୍ଥାର ସଭାନେତ୍ରୀ ଭବାନୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସୁନାବେଡା ମହିଳା ଡ଼ିଗ୍ରୀ କଲେଜ ର ଅଧ୍ୟକ୍ଷା ଉଷାରାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ମିଲାନୀ ମିତ୍ରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗିନ ବିକାଶ ପାଇଁ ‘ଏସ ଏଜୁକେଶନ’ ଦ୍ଵାରା କରାଯାଉଥିବା ବିଭିନ୍ନ ପ୍ରୟାସ ର ଭୂୟସୀ ପ୍ରଶଂସା କରିଥିଲେ। ଏହି ଏସ ଏଜୁକେଶନ’ ର ନିର୍ଦ୍ଦେଶକ ରାଜ ନୃସିଂହ ପଣ୍ଡା ବାର୍ଷିକ ବିବରଣୀ ପାଠ କରି ଉକ୍ତ ସଂସ୍ଥା ପକ୍ଷରୁ ଶିକ୍ଷା ର ବିକାଶ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଆୟୋଜିତ ଓପନ ଚେସ୍, ରୁବିକସ୍ କ୍ୟୁବ, ଓପନ ବ୍ରେନ ଭିଟା,ଚିତ୍ର ଧାରଣା, ଶବ୍ଦ ଖେଳ ଆଦି ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏକାଦଶ ଶ୍ରେଣୀ ର ଛାତ୍ର ଗୌତମ, ସୁରଜ୍ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏକାଡେମିକ୍ ସଂଯୋଜକ ଅମିୟ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ