Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମିଳିଗୁଡା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଆଜି ସେମିଳିଗୁଡ଼ା ମାହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ସରକାରଙ୍କ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ”ର ବିଧିବଦ୍ଧ ଭାବେ ଶୁଭାରମ୍ଭ ହୋଇଥିଲା।ଛାତ୍ରଛାତ୍ରୀଙ୍କ ସାମୂହିକ ଶକ୍ତିର ବିକାଶ ନିମନ୍ତେ ସାମାଜିକ,ସାଂସ୍କୃତିକ ଏବଂ କ୍ରୀଡା ପ୍ରତିଯୋଗିତା ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଅଟେ। ଏହି କାର୍ଯ୍ୟକ୍ରମର ଆନୁକୂଲ୍ୟରେ ସାମାଜିକ କାର୍ଯ୍ୟର ଅଂଶ ଭାବରେ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। ଏହି ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରମାରଞ୍ଜନ ପଟ୍ଟନାୟକ, ପରିଚାଳନା ସମିତି ସଭାପତି ଡ. ପ୍ରଦୀପ କୁମାର ବେହେରା ଏବଂ ମୁଖ୍ୟ ଅତିଥି ରୂପେ କୋରାପୁଟ ସ୍ଥିତ ଇଣ୍ଡିଆନ ରିଜର୍ଭ ବାଟାଲିୟନର କମାଣ୍ଡାଣ୍ଟ ଶ୍ରୀ ଜୁରିଆ ବେହେରା ପ୍ରଦୀପ ପ୍ରଜ୍ଵଳନ କରି ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏ ସମସ୍ତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦାନ କରି ସ୍ଵୀୟ ପ୍ରତିଭାର ଉନ୍ମୋଚନ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ଏହି ଶିବିରରେ 56 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ. ଚିତ୍ତରଞ୍ଜନ ମିଶ୍ର, ଉମାଶଙ୍କର ପ୍ରସାଦ ପାତ୍ର, ଶ୍ରୀ ତିଳକ ଖେମୁଣ୍ଡୁ, ସମାଜସେବିକା ଶ୍ରୀମତି ସ୍ନିଗ୍ଧା ରାଣୀ ମିଶ୍ର, ସାମ୍ବାଦିକ ଶ୍ରୀ ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀ ପ୍ରେମାନନ୍ଦ ରାଉତ, କ୍ରୀଡା ସଂଯୋଜକ ଶ୍ରୀ ହରପ୍ରସାଦ ପତି, ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ପିଙ୍କି ଗୋୟଲ ତଥା ପ୍ରାଧ୍ୟାପିକା ଡ.ଝାଂସୀ ସିଂହ, ଶ୍ରୀ ଦେବରାଜ ନାୟକ, ଶ୍ରୀ ଚିତ୍ତରଞ୍ଜନ ଦାସ, ଶ୍ରୀ ହରେକୃଷ୍ଣ ସାହୁ, ଶ୍ରୀ ସତ୍ୟନାରାୟଣ ମିଶ୍ର, ଶ୍ରୀ ବିଜୟ ପାଙ୍ଗି ପ୍ରମୁଖ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରକୁ ସାମାଜିକ କାର୍ଯ୍ୟକ୍ରମର ସଂଯୋଜକା ଡ.ବିଦ୍ୟୁତପ୍ରଭା ରାଉତ ପରିଚାଳନା କରିଥିଲେ ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ