Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜିଠୁ ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀର; ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ବର: ଆଜିଠୁ ବଢିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌। କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ଏହା ଯୋଗୁ ଗ୍ରାହକଙ୍କ ପ‌କେଟ୍‌ ଉପରେ ମହଙ୍ଗା ମାଡ ହୋଇଥିବା କୁହାଯାଉଛି। ପ୍ରତିଦିନ ଘରେ ଘରେ ଏହାର ଆବଶ୍ୟକତା ପଡ଼ିଥାଏ। ଶିଶୁଠୁ ବୃଦ୍ଧ ଯାଏ ସମସ୍ତେ କ୍ଷୀର ଉପରେ ନିର୍ଭରଶୀଳ। ତେବେ କ୍ଷୀର ଦର ବୃଦ୍ଧି ଏବେ ଖାଉଟିଙ୍କ ଚିନ୍ତା ବଢାଇଛି। ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। କ୍ଷୀର ପ୍ୟାକେଟ ପ୍ରସ୍ତୁତ ପାଇଁ ଯେତିକି ଖର୍ଚ୍ଚ ହେଉଛି ଅର୍ଥାତ୍‌ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହିତ ପ୍ୟାକେଜିଂ, ଗୋ ଖାଦ୍ୟର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଓମଫେଡ ଏହି ନିଷ୍ପତ୍ତି ନେଇଛି ।

ଓମଫେଡ୍ କ୍ଷୀରର ମୂଲ୍ୟ ବୃଦ୍ଧି ପରେ ଆଜିଠାରୁ ବଜାରରେ ଉପଲବ୍ଧ ଟୋନଡ୍ କ୍ଷୀର ଲିଟର ପିଛା ୪୨ ଟଙ୍କାରୁ ୪୬ ଟଙ୍କା ବୃଦ୍ଧି ପାଇଥିବା ବେଳେ, ଚା’ ସ୍ପେଶାଲ କ୍ଷୀର ଲିଟର ପିଛା ୪୬ ରୁ ୫୦ ଟଙ୍କା ବଢିଛି। ସେହିପରି ଗୋଲଡ ଓ ପ୍ରିମିୟମ କ୍ଷୀର ଲିଟର ପିଛା ୪୮ ଟଙ୍କାରୁ ୫୨ ଟଙ୍କାକୁ ବୃଦ୍ଧି ପାଇଛି ।