Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା….

ଲକ୍ଷ୍ମୀପୁର ୧୮/୧୧ .. ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।ମେଳାରେ ସଭାପତି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଓ ପରିଚାଳନା ସମ୍ପାଦକ ଗୋପାଳ ମଣ୍ଡଳଙ୍କ ଉପସ୍ଥିତିରେ ମୂଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ଯୋଗ ଦେଇ ମେଳାର ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା, ସରପଞ୍ଚ ଶ୍ୟାମ ସୁନ୍ଦର ତାଡ଼ିଙ୍ଗି,ଡ ମହାଦେବ ଶତପଥୀ, ଜୟକୃଷ୍ଣ ସାହୁ,ଫକିର ମୋହନ ସାହୁ, ମନୋଜ ସାହୁ, ଏବିଇଓ ପ୍ରିୟମ୍ବଦା ପାତ୍ର, ମାନସ କୁମାର ମୁଖାର୍ଜୀ, ବିଭୁତି ଭୁଷଣ ଟାକ୍ରୀ,ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ର ୨୭ ଟି ବିଦ୍ୟାଳୟର ୫୪ ଟି ପ୍ରକଳ୍ପ ପ୍ରଦର୍ଶନୀ ହୋଇ ଥିବା ବେଳେ ସେଥମଧ୍ୟରୁ ୫ ଟି ସବ୍ ଥିମ ରେ ୫ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା। ସେଥିମଧ୍ୟରୁ ସ୍ବାସ୍ଥ୍ୟ ରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ପାୟଲ ଚୌଧୁରୀ,ଜୀବନ ସମ୍ଵନ୍ଧରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୁର୍ଜା ର ଦ୍ଵାଦଶ ଶ୍ରେଣୀ ଛାତ୍ରୀ ଭାଗ୍ୟଶ୍ରୀ ବାଘ, କୃଷିରେ ଦୁମୁରି ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ନନ୍ଦିନୀ ମାଝୀ,ଯୋଗାଯୋଗ ଓ ପରିବହନ ରେ ଚମ୍ପୀ ଆଶ୍ରମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାନସ ନାୟକ ଓ ସଂଗଣକ ପ୍ରଯୁକ୍ତି ବିଦ୍ୟାର ପଞ୍ଚଡା ଆଶ୍ରମ ବିଦ୍ୟାଳୟର ୧୦ ମ ଶ୍ରେଣୀ ଛାତ୍ର କାନ୍ନା ବିଷୋୟୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇ ପୁରସ୍କାର ଓ ମାନପତ୍ର ପାଇଥିଲେ। ସେହିପରି କକିରିଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଆଦିତ୍ୟ ତାରିଣୀ ପ୍ରସାଦ ବିଷୋୟୀ, ପ୍ରୀତି ବିଷୋୟୀ, ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ମିନାକ୍ଷୀ ମଞ୍ଜରୀ କନ୍ଦପାନ୍, କୁସୁମଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦଣ୍ଡା ସିରିକା ଓ ମିନାପାଇ ଆଶ୍ରମ ବିଦ୍ୟାଳୟର ଅଜନ୍ତି ମଣ୍ଡିଙ୍ଗା ସାନ୍ତ୍ଵନା ମୂଳକ ପୁରସ୍କାର ପାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ବିଚାରକ ଭାବେ ଜେଇଏଲ୍ସି ଉଚ୍ଚ ବିଦ୍ୟାଳୟ,କୋରାପୁଟ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ରତିକାନ୍ତ ଦାସ, ନୋଡାଲ ଉଚ୍ଚ ବିଦ୍ୟାଳୟ, ପୋଡାଗଡ ର ପ୍ରଧାନ ଶିକ୍ଷକ ସୁରେଶ କୁମାର ନାଗ ଓ ମହାଦେଇ ପୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ହରେ କୃଷ୍ଣ ମହାରଣା ଯୋଗଦେଇ ସମସ୍ତ ପ୍ରକଳ୍ପ ମୂଲ୍ୟାୟନ କରିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ବିଜ୍ଞାନ ମେଳା ପରିଚାଳନା କରିଥିବା ବେଳେ ଶିକ୍ଷକ ସପନ କୁମାର ଦିକ୍ଷୀତ,ଶଙ୍କର ଗୁଡ଼ୁମ୍ବକା, ସୁକାନ୍ତ ଯାଦବ,ଆଶୀର୍ବାଦ ନାୟକ, ପ୍ରିୟଙ୍କା ବିଶୋଇ,ଜେଷ୍ଣା ପଣ୍ଡା, ସୁନିତା ସାହୁକାର, କସ୍ତୁରୀ ଶବର, ମାଧୁରୀ ଲେଙ୍କା, ରୋଜାଲିନ ସ୍ବାଇଁ ଓ ମମତା ମହାନ୍ତି ପ୍ରମୁଖ ବିଭିନ୍ନ ଦାୟିତ୍ଵ ବହନ କରିଥିବା ବେଳେ ସଂଯୁକ୍ତା ତୁରୁକ, ନୂତନ ଚେଟ୍ଟି, ବୈଜନ୍ତି ମିନିୟାକା ,ଜୁଲି ମୁଦୁଲି ଓ ଡଲି ରାଣୀ ଖରା ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିବା ୫ ଟି ପ୍ରକଳ୍ପ ଆସନ୍ତା ଡ଼ିସେମ୍ବର ୬ ରେ କୋରାପୁଟ ରେ ପ୍ରଦର୍ଶିତ ହେବ।ଶେଷରେ ଶିକ୍ଷକ ସପନ କୁମାର ଦିକ୍ଷୀତ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ