Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଠାରେ ଯାଦବ ସୌର୍ଯ୍ୟ ଦିବସ ପାଳନ

କଳାହାଣ୍ଡି, ୧୮/୧୧ (ଜଗନ୍ନାଥ ନାଏକ) : ସର୍ବ ଭାରତୀୟ ଯାଦବ ମହାସଭାର ନିର୍ଦେଶ କ୍ରମେ ଆଜି ଭବାନୀପାଟଣା ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଏବଂ ସହର ଯାଦଵ ମହାସଭାର ମିଳିତ ଆନୁକୂଲ୍ୟରେ ଯାଦବ ସୋର୍ଯ୍ୟ ଦିବସ ମହା ସମାରୋହ ରେ ପାଳନ କରାଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା,ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ଉତ୍କଳ ମହିଳା ଯାଦବ ମହାସଭାର ଉପସଭାନେତ୍ରୀ ଶୁଭଲକ୍ଷ୍ମୀ ନାୟକ, ରବୀନ୍ଦ୍ର ଲାଲ ଯାଦବ,ବରିଷ୍ଠ ଯାଦବ ସଂଗଠକ ନଳିନୀ ରଞ୍ଜନ ରାଉତ, ଭାରତ ଭୂଷଣ ଚଲାନ ମଞ୍ଚାସିନ ଥିଲେ l ଏହି ଅବସରରେ ଭାରତୀୟ ସେନା ଅବସର ପ୍ରାପ୍ତ ଶ୍ରୀ କିଶୋର ଚନ୍ଦ୍ର ରାଉତ, ଶ୍ରୀ କୃଷ୍ଣ ଚନ୍ଦ୍ର ନାଏକ, ଗୟା ଗୌଡ଼ ଙ୍କୁ ତାଙ୍କ ନିଷ୍ଠାପର ସେବା ପାଇଁ ଯାଦବ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ରେ ସହର ଯାଦବ କମିଟି କାର୍ଯ୍ୟକାରୀ ସଭାପତି ଶ୍ରୀ ପୀତବାସ ବେହେରା ଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସତ୍ୟନାରାୟଣ ବିଶି, ରଞ୍ଜିତା କେତକୀ,ଶୀତଳ ରାଉତ, ମିଥିଲା ରାଉତ, ଶ୍ରୀ ପରମେଶ୍ୱର କାଣ୍ଡ,ଶ୍ରୀ ବିଶ୍ୱନାଥ ବାଗ, ଶ୍ରୀ ପତିରାମ ହଂସ,ଶ୍ରୀ ସମୀପ ବେହେରା,ଶ୍ରୀ ରୋଶନ ରାଉତ,ଶ୍ରୀ ସୌମ୍ୟ ରଞ୍ଜନ ଗହୀର ଓ ଯାଦବ ଭାଇ, ଭଉଣୀ ମାନେ ଉପସ୍ଥିତ ଥିଲେ l ଏହି ସଭାରେ ଆଲୋଚନା ହୋଇଥିଲା ଯେ ବ୍ରିଟିଶ ସରକାର ଅମଳ ରେ ଅହୀର ରେଜିମେଣ୍ଟ ଗଠନ ହୋଇଥିଲା କିନ୍ତୁ ଭାରତ ସ୍ୱାଧୀନ ହେଲା ପରେ ଯେତେବେଳେ ଭରାତତୀୟ ସେନା ଗଠନ ହେଲା ସେହି ସମୟରେ ଅହୀର ରେଜିମେଣ୍ଟ ସୈନିକ ମାନଙ୍କୁ କୁ ଭାରତ ସେନା ଦ୍ୱାରା ଅନ୍ୟ ଅନ୍ୟ ରେଜିମେଣ୍ଟ ରେ ସାମିଲ କରିଦିଆଗଲା l ୧୯୬୨ ଯେତେବେଳେ ରିଜ଼ାଙ୍ଗ ଲା ଠାରେ ଭାରତ ଓ ଚୀନ ର ଲଡେଇ ହୋଇଥିଲା l
ସେଥିରେ ସହିଦ ହୋଇଥିବା ଯାଦବ ମାନଙ୍କ କୀର୍ତ୍ତି କୁ ସମ୍ମାନ ଜଣାଇ ଯାଦବ ସୌର୍ଯ୍ୟ ଦିବସ ପାଳନ ହୋଇଥଲା ଏହା ସହିତ ଭାରତ ସରକାର ଅହୀର ରେଜିମେଣ୍ଟ ଗଠନ କରନ୍ତୁ ବୋଲି ସଭା ରେ ଦାବି ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ