Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସିଙ୍କ ନିଆରା ପରବ “ଫୁଲଯାତରା”….ପରମ୍ପରା କୁ ଛାଡି ରିତିନିତିରେ କରାଯାଉଛି ପୂଜାର୍ଚନା…

ଲକ୍ଷ୍ମୀପୁର ୧୮.୧୧ …କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ରେ ଆଦିବାସି ସମ୍ପ୍ରଦାୟ ଲୋକେ ବିଭିନ୍ନ ପ୍ରକାର ଯାନିଯାତ୍ରା ପାଳନ କରିଥାନ୍ତି,ବିଶେଷ କରି ଜିଲ୍ଲାରେ ବସ ବାସ କରୁଥିବା ଆଦିବାସି ସମ୍ପ୍ରଦାୟଙ୍କ ପରବ ମଧ୍ୟ ସବୁଠୁ ନିଆରା ରହିଥାଏ। ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗାଁରେ ଦିପାବଳି ଉସ୍ଚବ ର ପରବର୍ତି ଶନିବାର ଦିନ ଆଦିବାସି ମାନେ ପାଳନ କରିଥାନ୍ତି ନିଆରା ଫୁଲ ଯାତରା ।ଏହି ଯାତରା ମାତ୍ର ଗୋଟିଏ ଦିନ ଅନୁଷ୍ଠିତ ହେଉଥିଲେ ମଧ୍ୟ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ।ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଦିବାସିଙ୍କ ଏଇ ନିଆରା ଫୁଲ ଯାତରା ଅନୁଷ୍ଠିତ ହୋଇଥିଲା।
ଦିନଥିଲା ଆଦିବାସି ଯୁବକ ଯୁବତି ଏହି ଯାତ୍ରା ରେ ଭାବ ଦିଆ ନିଆ ହୋଇ ବିବାହ ବନ୍ଧନରେ ବାନ୍ଧି ହେଉଥିଲେ, ଏପରିକି ଗାଁଗାଁରେ ଲାଗିଥିବା ପୁରୁଣା ଝଗଡା, ରାଗ ରୁସା ମଧ୍ୟ ଏହି ଯାତ୍ରା ମାଧ୍ୟମରେ ସମାଧାନ ହୋଇଥାଏ ,କିନ୍ତୁ ସମୟାନୁକ୍ରମେ ସେହି ପୁରୁଣା ପରମ୍ପରା ବର୍ତମାନ ଆଉ ଆଗଭଳି ରହିଆସିନାହିଁ।ଆଗ ଭଳି ଆଉ ଭାବ ଦିଆ ନିଆ ହୋଇ ବିବାହ ହେବା କିମ୍ବା କନିଆଁ ଝିକା ପରମ୍ପରା ଆଉ ଦେଖିବାକୁ ମିଳୁ ନଥିଲେ ମଧ୍ୟ
ରାଜ ରାଜୋଡା ଅମଳରୁ ଚାଲି ଆସିଥିବା ଏଇ ଫୁଲ ଯାତ୍ରା କିନ୍ତୁ ରିତିନିତି ରେ ପାଳନ କରାଯାଉଛି।ବିରିଗୁଡା ଗାଁ ଠାରୁ ପ୍ରାୟ ଦେଢ କିଲୋମିଟର ଦୁର ରେ ଥିବା ଏକ ପଡିଆରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆମ୍ବତୋଟା ତଳେ ରହିଥିବା ଅସ୍ଥାୟୀ ପିଠ ରେ ଗାଁ ର ବେଜୁଣି ମାନଙ୍କ ଦ୍ବାରା ପୂଜାର୍ଚନା କରାଯାଇଥାଏ।ଏହି ଯାତରା ଦିନ ଆଦିବାସି ସମ୍ପ୍ରଦାୟ ବିଭିନ୍ନ ରକମର ପନି ପରିବାରେ ନୁଆ ଖାଆନ୍ତି।ଏପରିକି ନୂତନ ଶସ୍ୟ କୁ ଫୁଲଦେବୀ ଙ୍କ ଆଗରେ ପ୍ରଥମେ ସମର୍ପିତ କରିଥାନ୍ତି।ଏହି ଦିନ ମାନସିକ ଧାରି ମାନେ ଫୁଲ ଦେବିଙ୍କ ପାଖରେ ଛେଳି କୁକୁଡା ମେଣ୍ଢା ପାରା ଭଳି ପଶୁପକ୍ଷୀ ଙ୍କୁ ବଳି ଭାବରେ ପୂଜା କରିଥାନ୍ତି।ବଳି ପଡିଥିବା ଛେଳି,ମେଣ୍ଢା ଓ କୁକୁଡା ଘରକୁ ନେଇ ନିଜନିଜ ସାହି ବସ୍ତିରେ ଭୋଜି ଭାତ କରି ମଜା ଉଠାନ୍ତି।ଯାତ୍ରା ପାଇଁ ଦିପଇସା ରୋଜଗାର କରିବାକୁ ଆସିଥିବା ବ୍ୟବସାୟୀ ମାନେ ପଡିଆରେ ବିଭିନ୍ନ ରକମର ଖେଳଣା ଓ ମିଷ୍ଠାନ ଦୋକାନ ଖୋଲିଥିବା ବେଳେ ପ୍ରବଳ ଭିଡ ରେ ଅଳ୍ପ ସମୟରେ ବେସ ରୋଜଗାର ମଧ୍ୟ କରିଥାନ୍ତି।
କୋରାପୁଟ ଓ ରାୟଗଡା ଜିଲ୍ଲା ସିମାନ୍ତ ବର୍ତି ଅଞ୍ଚଳରେ ଥିବା ୫୦ରୁ ଉର୍ଧ ଗ୍ରାମର ପ୍ରାୟ ୫ହଜାରରୁ ଉର୍ଧ ଆଦିବାସି ଲୋକେ ଏଇ ଦିନିକିଆ ଫୁଲ ଯାତରାରେ ଯୋଗ ଦେଇଥାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ