Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହମ୍ମଦ ଶାମି ଅଷ୍ଟ୍ରେଲିଆ ପାଇଁ ବଡ଼ ବିପଦ, ଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ବଡ଼ ବୟାନ

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମୁକାବିଲା। ତେବେ ଏସବୁ ଭିତରେ ଚର୍ଚ୍ଚାରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି। ନିଜ ଘାତକ ବୋଲିଂ ବଳରେ ପ୍ରତିପକ୍ଷ ଦଳ ମନରେ ଭୟ ସୃଷ୍ଟି କରିଛନ୍ତି। ତାଙ୍କୁ ନେଇ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ବଡ଼ ଟିପ୍ପଣୀ କରିଛନ୍ତି।  

ବିଶ୍ଵକପ୍ ଫାଇନାଲ୍‌ର ପୂର୍ବରୁ ଶନିବାର ସାମ୍ବାଦିକ ସମ୍ମିଳନୀରେ କମିନ୍ସ କହିଛନ୍ତି ଯେ,  ମହମ୍ମଦ ଶାମି ତାଙ୍କ ଦଳ ପାଇଁ ବିପଦ। ସେ ଆମ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇ ପାରନ୍ତି। ଭାରତ ବହୁତ ଶକ୍ତିଶାଳୀ ଦଳ। ବିଶେଷ କରି ଘରୋଇ ମାଟିରେ ଖେଳୁଥିବା ଏହି ଦଳ ଆହୁରି ମଜବୁତ ରହିଛି। ଆସନ୍ତାକାଲି ଫାଇନାଲରେ ନରେନ୍ଦ୍ର ମୋଦୀ ଷ୍ଟାଡିମୟରେ ପାଖାପାଖି ଦେଢ଼ ଲକ୍ଷ ଦର୍ଶକଙ୍କ ଭିଡ଼ ଜମିବ। ଏହାକୁ ନେଇ ପାଟ୍ କମିନ୍ସ କହିଛନ୍ତି, ଏତେ ସଂଖ୍ୟକ ଦର୍ଶକଙ୍କ ସମର୍ଥନ ଏକତରଫା ହୋଇପାରେ । ହେଲେ ଏତେ ଲୋକଙ୍କୁ ଚୁପ୍ କରାଇବାର ମଜା ନିଆରା ହେବ।  ଏଥି ପ୍ରତି ଦୃଷ୍ଟି ନ ଦେଇ ବିନା ଚାପରେ ତାଙ୍କ ଦଳ ଖେଳିବ ବୋଲି ପାଟ୍ କମିନ୍ସ କହିଛନ୍ତି।  

ଫାଇନାଲ ମ୍ୟାଚର ପିଚ୍‌କୁ ନେଇ କମିନ୍ସ କହିଛନ୍ତି, ନିଜ ଦେଶରେ ଏବଂ ଘରୋଇ ପିଚରେ ଖେଳିବା ସର୍ବଦା ଫାଇଦା ମିଳିଥାଏ। କାଲିର ପିଚ୍ ଉଭୟ ଟିମ୍ ପାଇଁ ପ୍ରସ୍ତୁତ ହୋଇଛି। ଭାରତରେ ଅନେକ ମ୍ୟାଚ୍ ଖେଳିଛୁ ଏବଂ ଏଠାକାର ପରିବେଶ ସହ ବେଶ ଅବଗତ ଅଛୁ। ତେଣୁ କୌଣସି ଖେଳାଳି ଭୟ କରିବାର  କୌଣସି ଆବଶ୍ୟକତା ନାହିଁ ବୋଲି ଅଷ୍ଟ୍ରେଲିଆ ଦଳର ଅଧିନାୟକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ