Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇନାଲ୍ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଲେ ସଚିନ, କହିଲେ- ଏଥର କପ୍ ଆମର

ଅହମ୍ମଦାବାଦ: ବାସ୍ ଆଉ କିଛି ସମୟକୁ ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମୁକାବିଲା। କଙ୍ଗାରୁ ଦଳକୁ ହରାଇ ତୃତୀୟ ଥର କପ୍ ଉଠାଇ ଉଠାଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ। ସେପେଟ ଅଷ୍ଟ୍ରେଲିଆ ଦଳ ମଧ୍ୟ ଷଷ୍ଠ ଥର ଚାମ୍ପିଅନ ହେବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ଏହି ଐତିହାସିକ ମ୍ୟାଚର ଆନନ୍ଦ ନେବାକୁ ରବିବାର ସକାଳେ ଅହମ୍ମଦାବାଦରେ ପହଞ୍ଚି ଯାଇଛନ୍ତି ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର। ସଚିନ ଆଶା ପ୍ରକାଶ କରିଛନ୍ତି ଯେ, ଟିମ୍ ଇଣ୍ଡିଆ ୨୦୨୩ର ଟ୍ରଫି ଉଠାଇବ।

ଏୟାରପୋର୍ଟରେ ଏଏନଆଇ ସହ ଆଲୋଚନା ବେଳେ ସଚିନ କହିଛନ୍ତି, ପ୍ରତ୍ୟେକ ଭାରତୀୟ ଏହି ଦିନକୁ ଅପେକ୍ଷା କରିଥିଲା। ଆଶା କରୁଛୁ ଆଜିେ ଆମେ ଫାଇନାଲ୍ ମୁକାବିଲାରେ ଟ୍ରଫି ଉଠାଇବୁ। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନିଜର ସମସ୍ତ ୧୦ ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି। ସେମି ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ଫାଇନାଲରେ ପହଞ୍ଚିଥିବାବ ବେଳେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ଓ୍ଵିକେଟରେ ହରାଇ ଟାଇଟଲ୍ ମୁକାବିଲାରେ ପହଞ୍ଚିଛି। ତେଣୁ ଫାଇନାଲ୍ ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଫାଇନାଲରେ ମୁକାବିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କଠୁ ପ୍ରଶଂସକ ଲମ୍ବା ଇନିଂସର ଆଶା ରଖିଛନ୍ତି। ଭାରତୀୟ ଦ୍ରୁତ ବୋଲର ୟୁନିଟ୍ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ସେମିତିରେ ମହମ୍ମଦ ଶାମିଙ୍କଠୁ ସମସ୍ତେ ଆଉ ଏକ ଚମତ୍କାର ସ୍ପେଲର ଆଶା ରଖିଛନ୍ତି। ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ବଡ଼ ବଡ଼ ରାଜନୈତିକ ହସ୍ତୀଙ୍କଠୁ ନେଇ ବଲିଉଡର ସୁପରଷ୍ଟାର ପର୍ଯ୍ୟନ୍ତ ସମସ୍ତେ ଷ୍ଟାଡିୟମରେ ଉପସ୍ଥିତ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ