Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରାପୁର ଠାରେ ବାଉଁଶ ଚାଷ ସମ୍ବନ୍ଧୀୟ ସଚେତନତା କର୍ମଶାଳା ଅନୁଷ୍ଠିତ।

ଧର୍ମଗଡ଼:୧୮/୧୧ ଧର୍ମଗଡ ବ୍ଲକ ତାରାପୁର ଗ୍ରାପ ଅନ୍ତର୍ଗତ ସନ୍ଧିମୁଣ୍ଡା ଉଦ୍ୟୋଗୀ ଚାଷୀ ଆଶିଷ କୁମାର ପଣ୍ଡା ଙ୍କ ଫାର୍ମ ହାଉସ ଠାରେ ବାଉଁଶ ଉନ୍ନୟନ ବିଭାଗ ଓଡ଼ିଶା ପକ୍ଷରୁ ସୋସିଓ କଲ୍ଚରାଲ ଡେଭଲପମେଣ୍ଟ ସେଣ୍ଟର ଆନୁକୁଲ୍ୟରେ ବାଉଁଶ ଚାଷ ସମ୍ବନ୍ଧୀୟ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା କେନ୍ଦ୍ର ସମବାୟ ସମିତି ସଭାପତି ଗିରିଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନିଷା ମିଶ୍ର ଯୋଗଦେଇ ଉପସ୍ଥିତ ଚାଷୀ ମାନଙ୍କୁ ବାଉଁଶ ଚାଷ କରି ମହିଳା ମାନେ କେମିତି ସ୍ବାବଲମ୍ବୀ ହୋଇ ନିଜ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ସୋଷିଓ କଲ୍ଚରାଲ ଡେଭଲପମେଣ୍ଟ ଅଧ୍ୟକ୍ଷ ବନମାଳୀ ସାହୁ,ଫକୀର ମୋହନ ବିଶ୍ଵ ବିଦ୍ୟାଳୟ ବୋଟନି ବିଭାଗ ମୁଖ୍ୟ ପ୍ରଫେସର ଏ କେ ବିଶ୍ଵାଳ,ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ଏ ସି ଏଫ୍ କିରଣବାଲା ସାମନ୍ତରାୟ,ଧର୍ମଗଡ ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ୍,ସମବାୟ ସମିତି ଚାରବାହଲ ସଭାପତି ମହେଶ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି କର୍ମଶାଳାରେ ଅଞ୍ଚଳର ବହୁ ମହିଳା ପୁରୁଷ ଚାଷୀ ଯୋଗଦେଇଥିଲେ।ଆଶିଷ ପଣ୍ଡା,ବୃନ୍ଦାବନ ପୁଝାରୀ,ସୁମନ୍ତ କୁମାର ପଣ୍ଡା ଇତ୍ୟାଦି ଉଦ୍ୟମି ଚାଷୀ ମାନଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା। ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ବିବେକ ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ପୁରୁଷୋତ୍ତମ ସିଂ,ଦିନେଶ ପଣ୍ଡା,ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।