Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସାଲୁଗା ପ୍ରଧାନ, କହିଲେ- ମୋର ଯୋଗ୍ୟତା ଅଛି

ଭୁବନେଶ୍ଵର: ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଜେଡିର ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ସୋମବାର ସାଲୁଗା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ହେଉଛନ୍ତି ସାଲୁଗା ପ୍ରଧାନ। ତାଙ୍କ ନାଁ ଘୋଷଣା କରି ବିଜେଡି ଆଦିବାସୀ କାର୍ଡ ଖେଳିଛି ।

ସାଲୁଗା ପ୍ରଧାନ ହେଉଛନ୍ତି ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ। ବିଜେଡି ଟିକେଟରୁ ସେ ଜି. ଉଦୟଗିରି ବିଧାନସଭା ଆସନରୁ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ସାଲୁଗା ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶାସକ ଓ ବିରୋଧୀ ଦଳର ମତାମତକୁ ସମ୍ମାନ ଦେଇ ଗୃହକାର‌୍ୟ୍ୟ ଚଳାଇବି। ବିଜେଡି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ମୁଁ ଦୁଇ ଥରର ବିଧାୟକ, ମୋର ଯୋଗ୍ୟତା ଅଛି।

ସୂଚନାଯୋଗ୍ୟ, ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଉପବାଚସ୍ପତି ପଦ ଖାଲି ପଡ଼ିଛି। ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ