Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦୃଷ୍ଟିହିନ ପିଜି ଛାତ୍ରୀଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦଘାଟନ

ଗୋପାଳପୁର ୨୦/୧୧
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଭିନ୍ନକ୍ଷମ ସେଲ ଏବଂ ଆର୍ ପି ପାଢ଼ୀ ଗ୍ରନ୍ଥାଗାରର ମିଳିତରେ ପିଜି ବିଭାଗରେ ଅଧ୍ୟୟନ କରୁଥିବା ଦୃଷ୍ଟିହିନ ଛାତ୍ରୀଛାତ୍ରୀଙ୍କ ପାଇଁ ୭ ଦିନିଆ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଉଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ଏହି ପରି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ ଆତ୍ମ ନିର୍ଭର ଉପରେ ସହାୟକ ହେବା ସହ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବ ବୋଲି କହିଥିଲେ। ଭିନ୍ନକ୍ଷମ ସେଲ ର ନିର୍ଦ୍ଧେଶକ ଡ଼. ଅଞ୍ଜନ କୁମାର ପୃଷ୍ଟି,ଆବାହକ ଡ଼. ସାରଦା ପ୍ରସନ୍ନ ରାଉତ,ସେଲର ତପନ କୁମାର ସିଂ ନାୟକ,ଦେସେଲୁ ସୁଦର୍ଶନ,ଡ଼. ବିଭୁ ନନ୍ଦନି ଦାସ, ଲାଇବ୍ରେରି ପକ୍ଷରୁ ଡ଼ଃ ମନସ୍ଵିନୀ ପାତ୍ର,ଶୁଭ ଲକ୍ଷ୍ମୀ ନାୟକ ,ଅଭିମନ୍ୟୁ ପ୍ରଧାନ ,ଡ଼ଃ ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ କମ୍ପୁଟରର କି ବୋର୍ଡ ବ୍ୟବହାର, ଟାଇପ, ଏମ ଏସ ୱାର୍ଡ଼, ଏକ୍ସଲ, ଇଣ୍ଟରନେଟ ଆଦି ପ୍ରଶିକ୍ଷଣ ଦିଆଯିବ ଲ ପ୍ରଶିକ୍ଷକ ଭାବେ ଡ଼. ସାରଦା ପ୍ରସନ୍ନ ରାଉତ ଏବଂ ସୁଚିଶ୍ମିତା ମହାପାତ୍ର ଦାୟିତ୍ୱରେ ରହିବେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ