Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନଡ଼ା ଜଳାଉଥିବା କୃଷକଙ୍କୁ ଏମଏସପିରୁ ବଞ୍ଚିତ କରାଯାଉ: ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ଯୁକ୍ତି

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ନେଇ ଶୁଣାଣି ସମୟରେ ସୁପ୍ରିମକୋର୍ଟ ପୁଣି ଥରେ ପଞ୍ଜାବ ସରକାରଙ୍କୁ ତାଗିଦ୍ କରିଛନ୍ତି। କୋର୍ଟ କହିଛନ୍ତି କୃଷକଙ୍କ ପକ୍ଷ ପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ସେମାନଙ୍କୁ ଭିଲେନ ବନାଇବାକୁ ଚେଷ୍ଟା କରାଯାଉଛି। ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ଦ୍ଵାରା ଉପସ୍ଥାପିତ ତଥ୍ୟର ଉଲ୍ଲେଖ କରି କହିଛନ୍ତି ସମସ୍ତ ପ୍ରୟାସ ସତ୍ତ୍ଵେ କୃଷକ ନଡ଼ା ଜଳାଇବାରୁ ନିବୃତ୍ତ ହେଉ ନାହାନ୍ତି।

କୋର୍ଟ କହିଛନ୍ତି, ପଞ୍ଜାବ ସରକାରଙ୍କ ରିପୋର୍ଟ ମୁତାବକ କୃଷଙ୍କ ସହିତ ୮୪୮୧ ବୈଠକ କରାଯାଇଛି ଏବଂ ଥାନା ଅଧିକାରୀ ମଧ୍ୟ ବହୁତ ବୁଝାଇଛନ୍ତି। କିନ୍ତୁ ନଡ଼ା ଜଳାଇବା ଘଟଣା ବଢିବାରେ ଲାଗିଛି। କୃଷକଙ୍କ ବିରୋଧରେ ନଡ଼ା ଜଳାଇବାର ୯୮୪ ଏଫଆଇଆର ରୁଜୁ କରାଯାଇଛି। ଏହା ସହିତ ୨ କୋଟି ଟଙ୍କାର ଜରିମାନା ଲଗାଯାଇଛି। ଏଥିରୁ ୧୮ ଲକ୍ଷ ଟଙ୍କା ଜମା ହୋଇ ସାରିଛି।

ମଙ୍ଗଳବାର ଶୁଣାଣି ସମୟରେ ପଞ୍ଜାବ ସରକାରଙ୍କ ଓକିଲ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ପ୍ରଦୂଷଣକୁ ଅପେକ୍ଷା କରାଯିବ ନାହିଁ। ଏହା ଉପରେ ନଜର ରଖାଯିବ। ଯଦି କୃଷକ ମାନିବେ ନାହିଁ ଏବଂ ନଡ଼ା ଜଳାଇବେ ତେବେ ସେମାନଙ୍କୁ ଏମଏସପିରୁ ବଞ୍ଚିତ କରାଯିବା ଉଚିତ୍। ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ପକ୍ଷରୁ ହାଜର ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଜରିମାନା ଲଗାଯାଇଛି ତେବେ ଆଦାୟ କାହିଁକି ହୋଇନି। ଓକିଲ କହିଛନ୍ତି, ସେହି କୃଷକଙ୍କୁ ଏମଏସପିରୁ ବଞ୍ଚିତ କରାଯିବ ଯେଉଁମାନେ ନିୟମର ପାଳନ କରୁ ନାହାନ୍ତି।