Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟ୍ରୀଟ ଲାଇଟ ଖୁଣ୍ଟ କୁ ଧକା ଦେଲ କାର…ଦୁର୍ଘଟଣା ରେ ବର୍ତ୍ତିଗଲେ ୩ ବିଜେପି ନେତା…

ଲକ୍ଷ୍ମୀପୂର ୨୧.୧୧ ..କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଘେରାଓ କରି ଫେରୁଥିବା ବେଳେ ବିଜେପି ନେତା ଙ୍କ କାର ଲକ୍ଷ୍ମୀପୁର ଥାନା ଠାରୁ ୫ ସହ ମିଟର ଦୂରରେ ଷ୍ଟ୍ରିଟ ଲାଇଟ ଖୁଣ୍ଟ କୁ ଧକ୍କା ଦେଇ ଦୁର୍ଘଟଣା  ହୋଇଛି । ଦୁର୍ଘଟଣା ରେ କାର ଟି ସମ୍ପୂର୍ଣ ନଷ୍ଟ ହୋଇଯାଇ ଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ୩ ଜଣ ବିଜେପି ନେତା।ଦୁର୍ଘଟଣା ରେ ଜିଲ୍ଲା ଉପସଭାପତି ନକୁଳ ବିଶୋଇ ଙ୍କ ମୁଣ୍ଡ ଫାଟି ଆହତ ହୋଇଥିବା ବେଳେ ତାଙ୍କୁ  ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରି ଚିକତ୍ସା କରାଯାଇଥିଲା।କାର ରେ ବସିଥିବା ବିଜେପିନେତା ରବି ପାଢ଼ୀ ଓ ଶିବ ମୁଦୁଲି ମଧ୍ୟ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।ଅତ୍ୟଧିକ ସ୍ପୀଡ଼ କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଷ୍ଟ୍ରୀଟ ଲାଇଟ ଖୁଣ୍ଟ କୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଥିବା ବେଳେ ଓଏମସି ଦ୍ୱାରା ପ୍ରଦାନ କରାଯାଇଥିବା ଷ୍ଟ୍ରୀଟ ଲାଇଟ ଖୁଣ୍ଟ ରାସ୍ତା ର ଅତି ନିକଟରେ ପୋତାଯାଇଥିବା କାରଣରୁ ଆଗକୁ ମଧ୍ୟ ଏମିତି ଦୁର୍ଘଟଣା କୁ ଏଡାଇ ଦିଏ ଯାଇ ନପାରେ ବୋଲି ଆଲୋଚନା ଜୋର ଧରିଥିଲା। ସୌଭାଗ୍ୟ ବଶତଃ ଷ୍ଟ୍ରୀଟ ଲାଇଟ ରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀ କରଣ ହୋଇନାହିଁ, ନଚେତ ନିଶ୍ଚୟ ବଡ ଦୁର୍ଘଟଣା ହୋଇଥାନ୍ତା ବୋଲି ଲୋକେ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ