Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଫସିଆଇ ସିଏମଡି ଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର ୨୨/୧୧ ଏଫସିଆଇ ସି.ଏମ.ଡି ତଥା କୋରାପୁଟ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିନା କୋରାପୁଟ ଗସ୍ତରେ ଆସି ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ କରି ଉନୟନ୍ନ କାର୍ଯ୍ୟ ଦେଖି ଫେରି ଯାଇଛନ୍ତି। ଶ୍ରୀଯୁକ୍ତ ମିନା ପ୍ରଥମେ ବ୍ଲକର କୁଡ଼ିପଦର ଗ୍ରାମକୁ ଯାଇ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ହରଘର ଜଳ ପ୍ରକଳ୍ପ ବୁଲି ଦେଖି ଥିଲେ, ତାପରେ ଡୁମୁରିପଦର ଗ୍ରାମକୁ ଯାଇ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ସହ ପୋଷଣ କାର୍ଯ୍ୟର ଡାଟା କିପରି ଏଣ୍ଟ୍ରି କରାଯାଉଛି ତାହା ପଚାରି ବୁଝିବା ସହ ପ୍ରିସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିଥିଲେ। ସେଠାରୁ ସିଧା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ନୂତନ ନିର୍ମିତ ମାତୃ ଶିଶୁ ବିଭାଗ କେନ୍ଦ୍ରକୁ ଯାଇ ସବୁ କିଛି ପରଖିବା ସହ ଇନଚାର୍ଜ ଡ଼. ନବ କିଶୋର କୁଣ୍ଡୁ ଙ୍କ ସହ ବିଭିନ୍ନ ବିଷୟରେ ପଚାରି ବୁଝି ସେଠାରୁ ଲକ୍ଷ୍ମୀପୁର ସାଙ୍ଗାନା ହାଇସ୍କୁଲକୁ ଯାଇଥିଲେ।ସେଠାରେ ୬କୋଟି ବ୍ୟୟରେ ୫-ଟି ଅଧୀନରେ ନିର୍ମାଣ ଚାଲିଥିବା ନୂତନ ହାଇସ୍କୁଲ ବୁଲି ଦେଖିବା ସହ ଠିକ ଭାବେ କାମ କରିବାକୁ କହି  ତାର ଚତୁର୍ପାଶ୍ୱ ଆଉଟିକେ ସୁନ୍ଦର କରିବାକୁ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କୁ କହିଥିଲେ।ପରେ କୋରାପୁଟ ଅଭିମୁଖେ ଫେରିଯିବା ବେଳେ ବାଟରେ ନିରାଣୀ ଗୁଡା ସ୍ଥିତ କଫି ବଗିଚା ଦେଖି ଚାଲି ଯାଇଥିଲେ।ତାଙ୍କର ଏଇ ଗସ୍ତ ବେଳେ କୋରାପୁଟ ଜିଲ୍ଲା ପାଳ ମହମଦ ଅବଦୁଲ ଅଖତର ,ପ୍ରକଳ୍ପ ନିର୍ଦ୍ଦେଶକ ଗୌରବ ଶିବାଜୀ ଇସଲ୍ୱାର,ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ,କନିଷ୍ଟ ଯନ୍ତ୍ରୀ ଏମ.ପବନ କୁମାର,ବ୍ଲକ୍ ଯନ୍ତ୍ରୀ ଗୋପାଳ ମିଞ୍ଜ,ଓଏଲ ଏମ ବିପିଏମ୍ ପ୍ରକାଶ ଚନ୍ଦ୍ର ସେଠୀ,ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ରାମ ହରି ପଣ୍ଡା,ସିଡିପିଓ ପାର୍ବତୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ