Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପୁଣି ଚୋର ସକ୍ରିୟ…ଗାଡି ରୁ ଡିଜେଲ ଚୋରି…

ଲକ୍ଷ୍ମୀପୁର ୨୩/୧୧ ଲକ୍ଷ୍ମୀପୁର ଅଞ୍ଚଳରେ ପୁଣି ଚୋରି ବୃଦ୍ଧି ପାଇବାରେ ଲାଗିଛି।ଘର ବାହାରେ ଛିଡ଼ା ହୋଇ ରହୁ ଥିବା ଛୋଟ ବଡ ଗାଡ଼ି ଗୁଡିକ ଏବେ ଚୋରଙ୍କୁ ଟାର୍ଗେଟରେ ରହିଚି।
ରାତିରେ ଘର ସମ୍ମୁଖରେ ରଖାଯାଇଥିବା ଗାଡିରୁ ଡିଜେଲ କାଢି ନେଉଛନ୍ତି ଚୋର ।
ଗତ କାଲି ରାତିରେ ଜଗନ୍ନାଥ ମନ୍ଦିର ପାଖ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇ ରହିଥିବା ତିନୋଟି ଟ୍ରାକ୍ଟର ମଧ୍ୟରୁ ଗୋଟିଏ ଟ୍ରାକ୍ଟରର ତେଲ ପାଇପ୍ କାଟି କେହି ଦୁର୍ବୁତ୍ତ ସମସ୍ତ ତେଲ ଚୋରି କରି ନେଇଥିବା ବେଳେ ସାଇରାମ ସୁଇଟ୍ସ ଦୋକାନ ସାଇଡ ରେ ରଖା ଯାଇଥିବା ଗୋବିନ୍ଦ ସାହୁ ଙ୍କ ଭ୍ୟାନ ରୁ ସକାଳ ୬ଟା ସମୟରେ ଶୀତୁଆ ସକାଳ ରେ କେହି ନଥିବା ଜାଣି ଟାଙ୍କି କାଟି ସମସ୍ତ ଡିଜେଲ ନେଇଁ ଯାଇଥିବା ଜଣା ପଡିଛି ।ସିସି ଟିଭି ଫୁଟେଜ ରେ ସକାଳୁ ଡିଜେଲ ନେବାର ଦୃଶ୍ୟ ଜଣାପଡିଥିଲେ ମଧ୍ୟ ଚୋର ର ଫୁଟେଜ କ୍ଲିୟର ନଥିବା ରୁ ଚୋର ଜଣାପଡୁନଥିବା ଗାଡି ମାଲିକ କହିଛନ୍ତି।ଆଜି ସକାଳୁ ଟ୍ରାକ୍ଟର ମାଲିକ ଗାଡ଼ି କାଢ଼ିବା ବେଳେ ପାଇପ୍ କାଟି କେହି ତେଲ ଚୋରି କରି ନେଇଥିବା ଜାଣିବାକୁ ପାଇ ଥିଲେ।ଏନେଇ ଥାନାରେ କେହି ପ୍ରକାଶ କରି ନଥିଲେ ମଧ୍ୟ ପୋଲିସ ପାଟ୍ରୋଲିଂ ସତ୍ୱେ ଚୋରି ହେଉଥିବା ନେଇ ଲୋକେ ଚିନ୍ତାରେ ପଡ଼ିଛନ୍ତି।ଏବେ ଠାରୁ ଏଥି ପ୍ରତି ଦୃଷ୍ଟି ନଦେଲେ ଆଗକୁ ବଡ ଧରଣର ଚୋରି ହେବାକୁ କେହିବି ଅଟକାଇ ପାରିବେ ନାହିଁ।କିଛି ଦିନ ପୂର୍ବରୁ ଗାଡ଼ିରୁ ବ୍ୟାଟେରୀ ଚୋରି ହେଉଥିଲା ବର୍ତ୍ତମାନ ଗାଡି ର ତେଲ ଚୋରି ହଉଥିବା କାରଣରୁ ଗାଡି ଗୁଡିକ କିପରି ବାହାରେ ରଖିବେ ତାକୁ ନେଇଁ ଗାଡି ମାଲିକ ମାନେ ଚିନ୍ତା ପ୍ରକଟ କରିଛନ୍ତି। ପୋଲିସ ପେଟ୍ରୋଲିଙ୍ଗ କଡାକଡି କରାଯିବାକୁ ସାଧାରଣ ରେ ଦାବୀ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ