Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ବାଙ୍କ ବଜାର ରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଓ ଅନ୍ନ ଯଜ୍ଞ

ବେଲଗୁଣ୍ଠା, 23/11, ବେଲଗୁଣ୍ଠା ବାଙ୍କବଜାରରେ ଶ୍ରୀ ଶ୍ରୀ ବାସୁଦେବ ନାମ ସେବା ସଂକୀର୍ତ୍ତନ ସଂଘ ଆନୁକୂଲ୍ୟରେ ଆରମ୍ଭ ହୋଇଛି ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ଏବଂ ଅନ୍ନ ଯଜ୍ଞ I ଏହି ଯଜ୍ଞରେ କୂମ୍ପାପଡ଼ା,ଖମାରପଲ୍ଲୀ,ଜିରୋଳି,ଧୂମୂଛାଇ ସଂକୀର୍ତ୍ତନ ମଣ୍ଡଳୀ ସମେତ ଜାମସାହି ମହିଳା ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଛନ୍ତି I ପୁରୀ ଜିଲ୍ଳା ଚଢେୟାପଲ୍ଲୀ ସ୍ଥିତ ନନ୍ଦି ଘରରୁ ଆସିଥିବା ବାବା ଦାମୋଦରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଧବାର ସନ୍ଧ୍ୟାରେ କଳସ ଯାତ୍ରା ଏବଂ ଶୁଭାଧିବାସ ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ସକାଳ ଛଅ ଘଣ୍ଟା ପାଞ୍ଚ ମିନିଟ୍ ସମୟରେ ଅଖଣ୍ଡ ନାମ ଆରମ୍ଭ ହୋଇଥିଲା I ଆସନ୍ତା ଶନିବାର ସକାଳେ ନାମ ସମାପନ ହେବା ସହିତ ପୂର୍ଣ୍ଣାହୁତି, ଦଧିଭାଣ୍ଡ ଭଞ୍ଜନ ଏବଂ ଯମୁନା ସ୍ନାନ ଅନୁଷ୍ଠିତ ହେବ I ନାମ ଦେଖିବା ସହ ପ୍ରସାଦ ସେବନ ପାଇଁ ବାଙ୍କ ବଜାରରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି I ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପୋଲିସ୍ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ