Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭେଡେନ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

ବରଗଡ(ଭେଡେନ)ରାଜ୍ୟରେ ଚାଲିଥିବା ବ୍ୟାପକ ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ଭେଡେନବ୍ଲକ ଘେରାଉ କରିଛି l
ଜିଲ୍ଲା କୂଷକ ମୋର୍ଚ୍ଚା ସଭାପତି ଯୋଶବନ୍ତ ସେଟଙ୍କ ନେତୃତ୍ୱରେ ଭେଡେନ ମାର୍କେଟରୁ ଏକ ଶୋଭାଯାତ୍ରାରେ ବାହାରି ଭେଡେନ ବ୍ଲକ ପର୍ଯ୍ୟନ୍ତ ପହଞ୍ଚି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ସମଗ୍ର ରାଜ୍ୟରେ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ପିସି କାରବାର ଚାଲିଛି । ବିନା ଲାଞ୍ଚରେ ଭତ୍ତା, ରାସନକାର୍ଡ଼, ଶୌଚାଳୟ ଓ ଆବାସ ଭଳି କୌଣସି ସୁବିଧା ହିତାଧିକାରୀ ପାଉନାହାନ୍ତି । ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ସରପଞ୍ଚ ଓ ସମିତିସଭ୍ୟଙ୍କ କ୍ଷମତାକୁ ସଙ୍କୁଚିତ କରି ଅନୁଦାନ ହଡ଼ପ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ଖଣ୍ଡିଏ ମିଳି ପାରୁ ନାହିଁ । କେନ୍ଦ୍ର ରୁ ଗରୀବ ଓ ବାସହରା ରାଜ୍ୟବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଆସୁଥିବା ହଜାର ହଜାର କୋଟି ଟଙ୍କା କୁ ମିଥ୍ୟା ବିଲ୍ କରି ସରକାରି ଅଧିକାରୀ ଓ ଶାସକ ଦଳର ନେତା ମନ୍ତ୍ରୀ ବିଧାୟକ ଚଲୁ କରି ଦେଉଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଅନିୟମିତତା ପଦାରେ ପଡ଼ିଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନ ଓଡ଼ିଶାବାସୀଙ୍କ ପାଇଁ ନିର୍ଣ୍ଣାୟକ ଲଢ଼େଇ ହେବ । ଏହାସହ ପ୍ରତି ବ୍ଲକ୍‌କୁ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ନିର୍ମାଣ, ଭୂମିହୀନଙ୍କୁ ପଟ୍ଟା ବଣ୍ଟନ ଓ ଶିଳ୍ପାୟନ ମାଧ୍ୟମରେ ରୋଜଗାର ନେଇ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବା ନେଇ ମତ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ