Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁ ସହ ସଙ୍ଘର୍ଷ କରୁଛି ଗଜରାଜ, ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବା ପାଇଁ ଡି ଏଫ ଓ ଙ୍କ ଭୟ  କାହିଁକି 

କଳାହାଣ୍ଡି, ୨୪/୧୧ (ଜଗନ୍ନାଥ ନାଏକ) : ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସସନ ଗନ୍ଧବାରୁ ବିଜରେନ ଖୋଲା ଠାରେ ଗଜରାଜ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୂଚନା,ଘଟଣାଟି ଶୁକ୍ରବାର ରାତି ୧୨ଟାରେ ଗନ୍ଧବାରୁ ଲୋକେ ବନ ବିଭାଗ କୁ ଖବର ଦେଇଥିଲେ,ଖବର ପାଇଁ କମର୍ଦ୍ଧା ବନପାଳ ରମେଶ ଚନ୍ଦ୍ର ବାଗ ନିଜ ଟିମ ସହିତ ଘଟଣା ସ୍ଥଳରେ ପହଂଚି ଥିଲେ, ଲୋକଙ୍କ କହିବା ଅନୁଯାଇ ଦୁଇ ଦିନ ପୂର୍ବେ ନର୍ଲା ବ୍ଲକ ସମରକଟା ଗାଁର ସୀତାରାମ ମାଝୀକୁ ବୁଧବାର ଦିନ ସନ୍ଧ୍ୟା ୭ଟାରେ ନିଜ ଧାନ ଜମିକୁ ଧାନ ଜଗିବା ପାଇଁ ଯାଉଥିବା ସମୟର ହାତୀ ସହ ସମ୍ମାନା ସାମ୍ମନି ହୋଇଥିଲେ, ଫଳରେ ସୀତାରାମଙ୍କୁ ଶୁଣ୍ଡରେ ଟେକି ଦୁଇ ଥର କଚାଡି ଦେଇଥିବାରୁ ଗାଁ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରିଥିଲେ, ଏ ଠାରେ ପ୍ରଶ୍ନ ଉଠୁଛି ବନଭିଭାଗର ଖାମ ଖିଆଲି ଯୋଗୁଁ ହାତୀର ଶିକାର ହେଉଛି ମଣିଷ ତ କେତେବେଳେ ମଣିଷ ଦ୍ୱାରା ଶିକାର ହେଉଛି ହାତୀ,ବନବିଭାଗ ଦ୍ୱାରା ରାତିରେ ଏଲିଫେଣ୍ଟ ସ୍କ୍ୱାଡ଼ ପେଟ୍ରୋଲିଙ୍ଗ କରୁନଥିବା ମଧ୍ୟ ଜଣା ପଡୁଛି , ଘଟଣା ସ୍ଥଳରେ ଗଜରାଜ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ବେଳେ ଗଜ ରାଜଙ୍କ ବିଷୟରେ ଗଣମାଧ୍ୟମ ପ୍ରତିକ୍ରିୟା ମାଗିବାରୁ ଡି.ଏଫ.ଓ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି l ଯାହା ଫଳରେ ଗଜରାଜ ର ଏଭଳି ଅବସ୍ଥା ର କାରଣ ସ୍ପଷ୍ଟ ଜଣାପଡ଼ୁ ନ ଥିବା ବେଳେ ବନ ବିଭାଗ ର କର୍ମ ଚାରୀ ଙ୍କ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ