Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ ନୂଆ-ଓ-ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଲକ୍ଷ୍ମୀପୁର ୨୫.୧୧.. ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଦ୍ଵାରା ପଦକ୍ଷେପ ନିଆଯାଇ ଥିବା ନୂଆ-ଓ-ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ  ବିଜୁ ମୁଦୁଲି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ  ପ୍ରଭୁ ଜାନୀ, ମୁଖ୍ୟ ବକ୍ତା ଭାବେ ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକ଼କା ଏବଂ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଜିଲ୍ଲା ପରିଷଦ ସଭ୍ୟା  ପିଙ୍କି ହିମିରିକା,ରାଜ୍ୟ ସାଧାରଣ ସମ୍ପାଦକ  କୈଳାସ ଚନ୍ଦ୍ର କୁଲେସିକା ,  ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ  ବୀରେନ୍ କୁମାର ଶତପଥୀ, ଯୁକ୍ତ ଦୁଇ  ଅଧ୍ୟାପକ ଡଃ ଜଗନ୍ନାଥ ରଥ, ବିଜେଡ଼ି ନେତ୍ରୀ କୌଶଲ୍ୟା ହିକ଼କା ଏବଂ ଯୁକ୍ତ ତିନି ପରିଚାଳନା କମିଟିର ସଭ୍ଯ ରାଧେଶ୍ୟାମ ଜାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।   କାର୍ଯ୍ୟକ୍ରମକୁ ମଶାଲ ପ୍ରଜ୍ଜଳନ କରି ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ଅତିଥି ବୃନ୍ଦ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମର ଲକ୍ଷ ଏବଂ ମହତ୍ବ ଉଦ୍ଦେଶ୍ଯ ସମ୍ପର୍କ ରେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। । କାର୍ଯ୍ୟକ୍ରମକୁ ଯୁକ୍ତ ତିନି ମୋ କଲେଜ ଅଭିଯାନ ଅଧିକାରୀଣୀ ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରି ଶେଷରେ ସମସ୍ତ କ୍ଲବର ନୋଡାଲ ଅଫିସର ଏବଂ ଉପସ୍ଥିତ ସମସ୍ତ ଅତିଥି ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ