Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ଦ୍ଵାଦଶ ବାର୍ଷିକ କ୍ରୀଡା ଉତ୍ସବ

କଳାହାଣ୍ଡି, ୨୬/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚକ୍ରଧର ନଗର ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ଦ୍ୱାଦଶ ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ଉଦଘାଟିନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସଦର ବ୍ଲକ ଅଧକ୍ଷ ପ୍ରଫୁଲ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ, ଶିକ୍ଷାନିକେତନ ନିର୍ଦେଶକ ପରମାନନ୍ଦ ନନ୍ଦ, ଅଧକ୍ଷ ବସନ୍ତ ମହାପାତ୍ର, କଳ୍ପେଶ୍ବର ପୁରୋହିତ, ଆଶୁତୋଷ ମୁଣ୍ଡ,ସ୍ୱପ୍ନା ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ। କ୍ରୀଡା ଉତ୍ସବ ରେ ଜୁନିୟର ଓ ସିନିଅର ମାନଙ୍କ ମଧ୍ୟରେ ଦୌଡ ପ୍ରତିଯୋଗିତ ସହ ହାଇ ଜମ୍ପ, ଲଙ୍ଗ ଜମ୍ପ, ସଟପୁଟ, ଡିସକସ ଥ୍ରୋ ଆଦି କ୍ରୀଡା ପ୍ରତିଯୋଗିତା ହୋଇଯାଇଛି । ବିଶିଷ୍ଟ କ୍ରୀଡ଼ାବିତ ଜଳେଶ୍ୱର ଗୌଡ଼, କିଶୋର ସାହୁ, କ୍ରୀଡା ଶିକ୍ଷକ ରାମ ଚନ୍ଦ୍ର ପ୍ରଧାନ, ସୁଶାନ୍ତ ପଣ୍ଡା କ୍ରୀଡା ପ୍ରତିଯୋଗିତା ର ପରିଚାଳନା କରିଥିଲେ ମଧୁସୂଦନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ