Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଦ୍ରକୁ ଚାଲାଣ ବେଳେ 21ଶ୍ରମିକ ଉଦ୍ଧାର

ସେମିଳିଗୁଡା:ବାହାର ରାଜ୍ୟ କୁ ଚାଲାଣ ବେଳେ ୧୭ ନାବାଳିକା ଓ ୪ ନାବାଳକ ଉଦ୍ଧାର କରିଛି ସେମିଳିଗୁଡା ପୋଲିସ। ଦାମନଯୋଡି ଛକରେ ସେମାନେ ବସ୍‌କୁ ଅପେକ୍ଷା କରିଥିବା ବେଳେ ସୂଚନା ପାଇ ସେମିଳିଗୁଡା ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ୩ ଚାଲାଣକାରୀଙ୍କୁ ଗିରଫ କରିଛି। ଉଦ୍ଧାର ପରେ ସମସ୍ତଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି। ସେମିଳିଗୁଡା ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମେଳନ ରେ ସୁନାବେଡା ଏସ ଡି ପି ଓ ମନୋଜ କୁମାର ବେହେରା ଓ ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର କୁମାର୍ ପ୍ରଧାନ ଙ୍କ
ସୂଚନା ଅନୁଯାୟୀ …… ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲା କୁଚିପୁଡ଼ି ଥାନା ଅନ୍ତର୍ଗତ ଚିନମୁକ୍ତେଭି ଗ୍ରାମ ର ଶିଙ୍ଗ ଵରପୁ ଅଞ୍ଜନେୟୁଲୁ,ବି .ନଗଵରା ପ୍ରସାଦ,ସୁଙ୍କର ଆୟପା ସ୍ବାମୀ ନାମକ ୩ ଜଣ ଦଲାଲ ଶୁକ୍ରବାର ଦିନ ରେ ଦାମନଯୋଡ଼ି, କାକରିଗୁମ୍ମା ଓ ନାରାୟଣପାଟଣା ଅଞ୍ଚଳରେ ଭୁଲି କିଛି ଶିଶୁ ଶ୍ରମିକ ଙ୍କୁ ଯୋଗାଡ଼ କରିଥିଲେ।ଉକ୍ତ ତିନି ଅଞ୍ଚଳ ରୁ ୧୭ ନାବାଳିକା ଓ ୪ ନାବାଳକ ଙ୍କୁ ଆନ୍ଧ୍ର ପ୍ରଦେଶର ବିଜୟାୱାଡା କୁ ନେଇ ଧାନ କାଟିବା କାର୍ଯ୍ୟରେ ନିୟୋଜନ ପାଇଁ ଦିନକୁ ୫୦୦ ଟଙ୍କା ମଞ୍ଜୁରୀ ପ୍ରଦାନ କରିବୁ ବୋଲି ଶୁକ୍ରବାର ବିଳମ୍ବିତ ରାତିରେ ଦାମନଯୋଡି ଛକରେ ସେମାନେ ବସ୍‌କୁ ଅପେକ୍ଷା କରିଥିବା ବେଳେ ସୂଚନା ପାଇ ସେମିଳିଗୁଡା ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଦିନକୁ ୫ ଶହ ଟଙ୍କା ମଜୁରୀ ଦେବା ଲୋଭରେ ସେମାନଙ୍କୁ ଚାଲାଣ କରାଯାଉଥିଲା। ଏହି ଘଟଣାରେ ପୋଲିସ ତଦନ୍ତ କରି ୩ ଜଣ ଦଲାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରିଫ ବ୍ୟକ୍ତି ଙ୍କୁ ଠାରୁ ୩ ମୋବାଇଲ ଓ ୪୪୦୨୦ ଟଙ୍କା ଜବତ କରିଚନ୍ତି।୨୧ ଜନ ଶିଶୁ ଶ୍ରମିକ କୁ ରାତି ରେ କୋରାପୁଟ ର ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଥିଲା।ଶନିବାର ଦିନ ୨୧ ଜନ ଶିଶୁ ଶ୍ରମିକ ଙ୍କୁ ତାଙ୍କର ପରିବାର ଲୋକେ ହସ୍ତାନ୍ତର କରୁଛି ପୋଲିସ ସୂଚନା ଦେଇଛି।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ