Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଡୋଲା ଶ୍ରୀ ଦଧିବାମନ ମନ୍ଦିରରେ ପଞ୍ଚୁକ ଉତ୍ସବ

ଚିପିଲିମା,୨୭/୧୧ ପବିତ୍ର କାର୍ତ୍ତିକ ପଞ୍ଚୁକ ଅବସରରେ ସମ୍ବଲପୁର ଧନକଉଡା ବ୍ଲକ କର୍ଡୋଲା ଗ୍ରାମର ଶ୍ରୀ ଶ୍ରୀ ଦଧିବାମନ ମନ୍ଦିରରେ ପଞ୍ଚୁକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତେ ଭୋର ୪ ଟାରୁ ଉଠି ମହାନଦୀରେ ବୁଡ ପକାଇ ପୂଜା ସାମଗ୍ରୀ ନେଇ ମନ୍ଦିର ଆସିଥାନ୍ତି।ଅନ୍ୟ ପଟେ ମନ୍ଦିର
ପୂଜକ ପଣ୍ଡିତ ସନ୍ତୋଷ ବିଶି ତା ପୂର୍ବରୁ ଆସି ମହାପ୍ରଭୁଙ୍କ ନୀତିକାନ୍ତି କରିଥାନ୍ତି।ଗ୍ରାମର ସକିର୍ତ୍ତନ୍ୟ ମଣ୍ଡଳୀ ଆସି ମହାପ୍ରଭୁଙ୍କ ଦର୍ଶନ ପରେ ଗ୍ରାମରେ “ଜାଗ ଜାଗ ନଗରବାସୀ”ସଂଗୀତ ନେଇ କୀର୍ତନ ମାଧ୍ୟମରେ ନଗର ପରିକ୍ରମା କରି ସାଧାରଣଙ୍କୁ ଜାଗ୍ରତ କରି ମନ୍ଦିର ଫେରିଥାନ୍ତି।ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପରେ ଆରତୀ,ମଙ୍ଗଳ ଶତଆରତୀ ହୋଇଥାଏ।ପ୍ରତ୍ୟହ ଭଜନ,କୀର୍ତ୍ତନ,ହରିବୋଲ,ହୁଳହୁଳି ,ଘଣ୍ଟ,ଘଣ୍ଟା, ଶବ୍ଦରେ
ମନ୍ଦିର ପରିସର ତଥା ଅଞ୍ଚଳ ପ୍ରକମ୍ପିତ ହୋଇଥାଏ।ମନ୍ଦିରରେ ପୂଜକ ପଣ୍ଡିତ ସୁଧାଂଶୁଶେଖର ପାଣିଗ୍ରାହୀ ଶତଆରତୀ କରିଥିଲେ।।ଗାୟକ ବଳରାମ ମେହେର,ଶତୃଘ୍ନ ସେଠ ,ବାୟକ ବିଶ୍ବନାଥ ତରିଆ,ବିଜୁ ସେଠ, ନାରାୟଣ ନାଥ ପ୍ରମୁଖ ଭଜନ ସମାରୋହରେ ସହଯୋଗ କରିଥାନ୍ତି।ଶତାଧିକ ଭଗବତପ୍ରମୀ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ