Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋଇତ ଭସାଇଲେ ବିଜେଡ଼ି କର୍ମୀ

ସମ୍ବଲପୁର:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମୀ ଉପଲକ୍ଷେ ଆଜି ସହରର କିଛି ବିଜେଡ଼ି ନେତା ଓ କର୍ମୀ ଏକ ୫ ଫୁଟ ଲମ୍ବ ଓ ୨ ଫୁଟ ଓସାର ବିଶିଷ୍ଟ ଏକ ବିଜେଡି-ବୋଇତ ନିର୍ମାଣ କରି ବଡ଼ବଜାର ସ୍ଥିତ ସଡ଼କଘାଟ ମହାନଦୀ କୂଳରେ ପୂଜାର୍ଚ୍ଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ଆଗାମୀ ଦିନରେ ଯେପରି ଓଡ଼ିଶାର ଅଧିକ ଉନ୍ନତି ହେବ ସେଥିପାଇଁ ମାଁ ସମଲେଶ୍ବରୀଙ୍କ ପାଖରେ ପାର୍ଥନା କରାଯାଇ ବୋଇତ ବନ୍ଧାନ କରି ଭଷାଣି କରିଥିଲେ।ଏଥିରେ ପୂର୍ବତନ ବିଜେଡି ମହାନଗର ସଭାପତି ତଥା ଆଇନଜୀବୀ ପ୍ରଫୁଲ୍ଲ କୁମାର ଦାଶ, ପୂର୍ବତନ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ଜଫର ଅଲ୍ଲୀ ଖାନ,ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଦାଶ,ବରିଷ୍ଠ ନେତା ଆର ଏ ଶିବ କୁମାର, ଯୁବନେତା ଦୁଲାଲ ଚନ୍ଦ୍ର ରାୟ,ବରିଷ୍ଠ ନେତା ଶେଷଦେଵ ଗୁରୁ, ବାଦଲ ବର୍ଣିକ,ଉମାଶଙ୍କର ଅଗ୍ରୱାଲ, ସଂଜୀବ ଦ୍ଵାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ