Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଶିବ ମନ୍ଦିରରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାରାୟଣ

ଚିପିଲିମା,ପବିତ୍ର କାର୍ତ୍ତିକ ଅବସରରେ ସମ୍ବଲପୁର ଚିପିଲିମା ସ୍ଥିତ ଚନ୍ଦ୍ରଶେଖର ବାବା ଶିବ ମନ୍ଦିରରେ କାର୍ତ୍ତିକ
ଚତୁର୍ଦ୍ଦଶୀ ପାରାୟଣ ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କାର୍ତ୍ତିକ ମାସସାରା ପ୍ରତ୍ୟହ କାର୍ତ୍ତିକ ମାହାତ୍ମ୍ୟ ପୁରାଣ ଗାନ ହୋଇଥିବାବେଳେ,ଚତୁର୍ଦ୍ଦଶୀ ରବିବାର ଦିନ ଏକଦିବସୀୟ ନାମଯଜ୍ଞ ମହା ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।କର୍ତ୍ତା ଭାବରେ କୁଦ ଗୁଣ୍ଡେରପୁର ପଂଚାୟତ କୁଦ ଅମଳିପାଲି ଗ୍ରାମର କିରଟି ଭୁଏ ଓ ତାଙ୍କ ଧର୍ମପତ୍ନୀ ମିନକୁମାରୀ ଭୁଏ ଦାୟିତ୍ୱ ସମ୍ପାଦନ କରିଥିଲେ।
ସେହିପରି ସମସ୍ତ ପୂଜାକାର୍ଯ୍ୟ ରୀତିନୀତି ରେ ଅନୁଷ୍ଠିତ ହୋଇଥିବାବେଳେ ,ପଣ୍ଡିତ ସାହିଲ ଦାସ ଓ ଅୟୁସମାନ ଦାସ ସମ୍ପାଦନ କରିଥିଲେ।ଶତାଧିକ ଭକ୍ତଙ୍କ ଗହଣରେ ନିମନ୍ତ୍ରିତ ବିଭିନ୍ନ ସଂକୀର୍ତ୍ତନ ଦଳ ଯୋଗଦାନ କରିଥିଲେ।ହରେକୃଷ୍ଣ ହରେରାମ ମହାମନ୍ତ୍ରରେ ମନ୍ଦିର ପରିସର ମୁଖରୀତ ହୋଇଥିଲା।ସମସ୍ତ ଉପସ୍ଥିତ ଭକ୍ତଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା।ସମଗ୍ର କାର୍ଯ୍ୟକ୍ରମ ମନୋଜ ଦାସଙ୍କ ତତ୍ୱବାଧାନରେ ଅନୁଷ୍ଠିତ ହୋଇଥିବାବେଳେ,ଅଞ୍ଚଳବାସୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ