Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପ-ନିର୍ବାଚନ; ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଝାରସୁଗୁଡା: ମେ ୧୦ରେ ହେବାକୁ ଯାଉଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଛି ପ୍ରାର୍ଥୀ ଚୟନ ପ୍ରକ୍ରିୟା। ପୂର୍ବରୁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିସାରିଛି। ପୂର୍ବତନ ସ୍ବ୍ୟାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରଥମ ଦଳ ଭାବେ ଏହି ଘୋଷଣା କରିଛି।

ତେବେ ଏହି ତାଲିକାରେ ଏବେ ଯୋଡି ହେବାକୁ ଯାଉଛି କଂଗ୍ରେସ। କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ଝାରସୁଗୁଡା ଉପ-ନିର୍ବାଚନ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ। ସେଥିପାଇଁ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ଗଠିତ ୫ ଜଣିଆ କମିଟି ଏ ନେଇ ଝାରସୁଗୁଡାରେ ପହଁଚିଛନ୍ତି। ସାଲୁଜାଙ୍କ ରିପୋର୍ଟ ଆଧାରରେ ବିଧାୟକ ପ୍ରାର୍ଥୀ କିଏ ହେବେ ତାହା ପିସିସି ଓ ଏଆଇସିସି ନିଷ୍ପତ୍ତି ନେବ ବୋଲି ସୂଚନା ରହିଛି।

ଗତକାଲି ସାଲୁଜାଙ୍କ ଟିମ୍ ଝାରସୁଗୁଡାରେ ପହଁଚିଥିଲା। ଏହାପରେ କିରମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଳକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ମତାମତ ଲୋଡ଼ିଥିଲେ। ସୂଚନା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅଙ୍କୁ କଂଗ୍ରେସ ପ୍ରାର୍ଥୀପତ୍ର ପ୍ରଦାନ କରିବା ନେଇ ସମ୍ଭାବନା ରହିଥିବା ଜଣାପଡ଼ିଛି। ତେବେ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ