Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବର କଣ୍ଢେଇ ତାଲିମ ଶିବିର ଉଯାପିତ

ବେଲଗୁଣ୍ଠା, 28/11, ମାଆ ରାମଚଣ୍ଡି ଫାଉଣ୍ଡେସନ୍ ଆନୁକୂଲ୍ୟରେ ବେଲଗୁଣ୍ଠାରେ ପଚାଶ ଜଣ ମହିଳାଙ୍କୁ ନେଇ 28 ଦିନ ଧରି ଚାଲିଥିବା ଗୋବର କଣ୍ଢେଇ ନିର୍ମାଣ ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି I ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ସ୍ଵତନ୍ତ୍ର ଅତିଥି ରୂପେ ବିଶିଷ୍ଟ ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ,ମାଆ ରାମଚଣ୍ଡି ଫାଉଣ୍ଡେସନ ସଂଯୋଜକ ବିଜୟ କୁମାର ସେଠୀ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର, ବେଲଗୁଣ୍ଠା ପ୍ରାକ୍ତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ସାମ୍ବାଦିକ ତୋଫାନ କୁମାର ସାହୁ, ନାରାୟଣ ପଣ୍ଡା,ତେଜସ୍ୱୀନୀ ସ୍ଵେଚ୍ଛାସେବୀ ସଂଗଠନ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମ ସଂଯୋଜକ ବଳରାମ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଭଗବାନ ଭାଇ ଏବଂ ନୃସିଂହ ଭାଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ଅବସରରେ ପାଞ୍ଚୋଟି ମହିଳା ଗ୍ରୁପ୍ ଦ୍ୱାରା ଗୋବରରେ ନିର୍ମାଣ କରାଯାଇଥିବା ବିଭିନ୍ନ ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଥିଲା I ମାଆ ବ୍ରାହ୍ମଣ ଦେବୀ ଗୋବର କାରିଗର ଗୃପ୍ ତରଫରୁ ଗୋବର ନିର୍ମିତ ଜଗନ୍ନାଥ,ଶୁଆ,ଘୋଡ଼ା, ଡାଳିମ୍ବ,ପଶୁମୁଖା,ଚଉରା, ହରିଣ, ହାତୀ କଣ୍ଢେଇ ପ୍ରଦର୍ଶିତ କରାଯାଇଥିବା ବେଳେ ମାଆ ରୁଦ୍ରାଣୀ ଗୃପ୍ ତରଫରୁ କୁମ୍ଭୀର,ଜଗନ୍ନାଥ, ଭାକୁର ମାଛ, ଫୁଲଦାନୀ,ଝୁଲନ୍ତା ହାତୀ, ଫୁଲତୋଳା,ଗଣେଶ ମୁଖା, ସାଇରାମ୍ ଗୃପ୍ ତରଫରୁ ବାଘ ମୁଖା, କାଚ ଫ୍ରେମ ମାଛ, କାଚ ଫ୍ରେମ ଗାଈ, ମତ୍ସ୍ୟ ଅବତାର,କୁମ୍ଭୀର, କଇଁଛ, ରାଜାରାଣୀ, ବରାହ, ବିଭିନ୍ନ ପନିପରିବା, ଧୂପକାଠି, ତୁଳସୀ ଗୋମୟ ଗୃପ୍ ତରଫରୁ ମାଛ, ଗୁଆ ପୁଞ୍ଜି,ଶିଳ,ଚକି, ପେଷଣା,ପାଚିଲା ଫଳ ଏବଂ ଜଗନ୍ନାଥ ଗୃପ୍ ତରଫରୁ ସ୍ଵସ୍ତିକ ଚିହ୍ନ, ବୋଇତ, ଜାଳେଣୀ କାଠ, କଇଁଛ, ହରିଣ ମୁଖା, ଗଛ ଭଳି ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା I ତେବେ ଏହି ଗୋବର ଶିଳ୍ପ ନିମନ୍ତେ ଗୋବର ସଂଗ୍ରହ ସହିତ ଗୋପାଳନର ଆବଶ୍ୟକ ରହିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ I ଆଗାମୀ ଦିନରେ ଭଞ୍ଜନଗରରେ ପାଞ୍ଚଜଣ ଶିଳ୍ପୀ ମାଆଙ୍କୁ ସମ୍ମାନୀତ କରିବା ପାଇଁ ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥୀ ପ୍ରତିଶୃ୍ତି ଦେଇଥିଲେ I ଆଗାମୀ ଦିନରେ ପ୍ଲାଷ୍ଟିକ୍ ରେ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତିକରଣ ଶିଖିବା ପାଇଁ ମାଆ ମାନେ ଆଗ୍ରହ ପ୍ରକାଶ କରିଥିବା ବେଳେ ସମସ୍ତ ପ୍ରକାର ମେଳା ମହୋତ୍ସବରେ ମାଆ ମାନଙ୍କ ଦ୍ୱାରା ନିର୍ମିତ ଗୋବର କଣ୍ଢେଇର ପ୍ରଦର୍ଶନ ଏବଂ ବିକ୍ରୀ ବ୍ୟବସ୍ଥା ସହିତ ସରକାରୀ ପ୍ରୋତ୍ସାହନ ମିଳିପାରିଲେ ମାଆ ମାନେ ଆଗକୁ ଯିବା ସହିତ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ I ଆଜି ତାଲିମ୍ ରେ ଅଂଶଗ୍ରହଣ କରିଥିବା ସମସ୍ତ ମାଆଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ତିନିଜଣ ମାଆଙ୍କୁ ନିଜ ପିତାଙ୍କ ଉଦ୍ୟେଶ୍ୱରେ ସମ୍ମାନୀତ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ