ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ ନାଟ୍ୟ ସଂଘ ଟିଏ ଶତାୟୁ ହେବା ଖୁବ୍ କଷ୍ଟସାଧ୍ୟ


କଳାହାଣ୍ଡି,୨୮/୧୧ (ଜଗନ୍ନଥ ନାଏକ) : ନାଟ୍ୟ ସଂଘ ଟିଏ ଶତାୟୁ ହେବା ଖୁବ୍ କଷ୍ଟ ସାଧ୍ୟ କଥା । ଓଡ଼ିଶା ରେ ଅନେକ ନାଟ୍ୟ ସଂଘ ଗଢିଉଠିଛି, କିନ୍ତୁ କେହି ଦୀର୍ଘାୟୁ ହେଇ ପାରି ନ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ମ,ରାମପୁର ଠାରେ ଏକ ଶତାୟୁ ନାଟ୍ୟ ସଂଘ ଚଳ ଚଞ୍ଚଳ ରହିବା , ଏଇ ମାଟି ର କଳା ପ୍ରତି ସମର୍ପଣ କୁ ଅନୁଭବ କରି ହୁଏ । ଓଡ଼ିଶା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ପକ୍ଷରୁ ଦୁଇ ଦିନ ଧରି ଶତ ବାର୍ଷିକୀ ମହୋତ୍ସବ ପାଳନ କରା ଯାଇଛି। ପ୍ରଥମ ଦିବସ ରେ ମା ଡୋକରୀ ଙ୍କ ପୀଠ ରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ବିଭିନ୍ନ ସାଂସ୍କୃତିକ ଦଳ ର ସମାବେଶ ରେ ଏହି ସାଂସ୍କୃତିକ ଶୋଭାଯାତ୍ରା ରେ ଅନୁଷ୍ଠାନ ର ବହୁ ପୁରାତନ କଳାକାର, କର୍ମକର୍ତ୍ତା ସାମିଲ ହେଇଥିଲେ । ପରେ ମଶାଲ ରଙ୍ଗ ମଞ୍ଚ ପଡିଆ ରେ ସ୍ଥାପନ ହେଇଥିଲା । ଏହି ଅବସର ରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ଙ୍କ ଦ୍ଵାରା ଚନ୍ଦ୍ର ମଣି ନାଟ୍ୟ ସଂଘ ର ଲୋଗୋ ଓ ପ୍ରତିଷ୍ଠାତା ସ୍ବର୍ଗତ ରାଜା ନାଟ୍ୟକାର ଦୁର୍ଗା ମାଧବ ସିଂହ ଦେଓ ଙ୍କ ଆଠ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କୃତି ନିର୍ମାଣ କରା ଯାଇଥିଲା । ଅଞ୍ଚଳ ରେ ପ୍ରଥମ ଥର ବାଲୁକା କୃତି ନିର୍ମାଣ କରା ଯାଇଥିବାରୁ ଲୋକ ଙ୍କ ପ୍ରବଳ ଗହଳି ବଢ଼ିବାରେ ଲାଗି ଥିଲା । ପରେ ସନ୍ଧ୍ୟା ରେ ଉଦ୍ଘାଟନୀ ଉତ୍ସବ ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ବିଶିଷ୍ଟ ଔପନ୍ୟାସିକ ରାସ ବିହାରୀ ବେହେରା, ମ,ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ମୁଖ୍ୟ ବକ୍ତା ପ୍ରଫେସର ନାରାୟଣ ସାହୁ ଯୋଗ ଦେଇଥିଲେ। ସନ୍ତୋଷ କୁମାର ଦୁବେ, ଲିପ୍ସା ମହାରଣା ଓ ସାଥୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ ଉପସଭାପତି ଚିତ୍ତ ରଞ୍ଜନ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ଙ୍କୁ ଅତିଥି ମାନଙ୍କ ଦ୍ଵାରା ଏହି ଅବସର ରେ ସମ୍ବର୍ଦ୍ଧିତ କରା ଯାଇଥିଲା। ରାକେଶ ଶତପଥି ମାନପତ୍ର ପଠନ କରିଥିଲେ। ସାଂସ୍କୃତିକ ସଭା ପରେ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ,ପ୍ରଫେସର ନାରାୟଣ ସାହୁ ଓ ନାଟ୍ୟ ନିର୍ଦେଶକ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ଦ୍ଵାରା ନାଟ୍ୟ ମଞ୍ଚ ପୂଜନ କରା ଯାଇଥିଲା ଓ ପ୍ରଫେସର ଶ୍ରୀ ଶତପଥୀ ଙ୍କ ରଚିତ ଓ ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ ଏଇ ଯେ ସୂର୍ଯ୍ୟ ଉଏଁ ନାଟକ ମଞ୍ଚସ୍ଥ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଏହି ନାଟକ ଟି ଦର୍ଶକ ଙ୍କୁ ବାନ୍ଧି ରଖିଥିଲା । ଦ୍ୱିତୀୟ ଦିବସ ରେ ଉଦ୍ ଯାପାନୀ ସାଂସ୍କୃତିକ ସଭା ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ସମ୍ମାନୀତ ଅତିଥି ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ବିଜୟ ଶତପଥୀ ଯୋଗ ଦେଇ ଥିଲେ। ଅତିଥି ମାନଙ୍କ ଦ୍ଵାରା ଶତ ବାର୍ଷିକୀ ସ୍ମରଣିକା ଉନ୍ମୋଚିତ ହେଇଥିଲା । ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ ଉପ ସଭାପତି ଚିତ୍ତ ରଞ୍ଜନ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସର ରେ ଦୁଇ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ ଙ୍କୁ ରାଜ ପରିବାର ତରଫରୁ ରାଜା ଦୁର୍ଗା ମାଧବ ସିଂହ ଦେଓ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କଳାହାଣ୍ଡି ର ଦୁଇ ବିଶିଷ୍ଟ କଳାକାର ପ୍ରଦୀପ ଡି,ମାଝୀ ଓ ଅବଦୁଲ କାଦୀର, ସତ୍ୟ ନାରାୟଣ ଶତପଥୀଙ୍କୁ (ମରୋନୋତ୍ତର ସମ୍ମାନ), ଦୀନବନ୍ଧୁ ମହାରଣା, ଭୁବନ ବିକ୍ରମ ସିଂହ ଦେଓ, ସରୋଜ ମହାଖୁଡ, ରମେଶ ରାଉତ, ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ସ୍ବର୍ଗତ ସତ୍ୟ ନାରାୟଣ ଶତପଥୀଙ୍କ ପୁତ୍ର ଅବିନାଶ ଶତପଥୀ ଏହି ସମ୍ମାନ ଗ୍ରହଣ କରିଥିଲେ। ରାଜା ଦୁର୍ଗା ମାଧବ ସିଂହ ଦେଓ ସ୍ମୃତି ସମ୍ମାନ ରାଜ ପରିବାର ର ପ୍ରତିନିଧି ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ପୃଥିରାଜ ସିଂହ ଦେଓ ଉପସ୍ଥିତ ରହି ଥିଲେ । ଦୀପ୍ତି ରାଣୀ ସିଂହ, ଲିପ୍ସା ମୟୀ ଦୁବେ, ସତ୍ୟ ନାରାୟଣ ସାହୁ ମାନପତ୍ର ପଠନ କରିଥିଲେ । ଅନ୍ୟ ସମସ୍ତ ପୁରାତନ କଳାକାର ଙ୍କୁ ପ୍ରଶଂସା ପତ୍ର ଓ ସ୍ମୃତି ସ୍ମାରକୀ ପ୍ରଦାନ କରା ଯାଇଥିଲା। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଥିଲା ଏବଂ ପଦ୍ମ ଲୋଚନ ମିଶ୍ର ଙ୍କ ରଚିତ ଓ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ ପରଶୁ ର ଉତ୍ତର ଦାୟିତ୍ଵ ମଞ୍ଚସ୍ଥ ହୋଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ବିକାଶ ରଞ୍ଜନ ସିଂହ ଦେଓ, ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ମହା ଖୁଡ଼, ରଶ୍ମି ରଂଜନ ପ୍ରହରାଜ, ଜୟନ୍ତ ନାୟକ, ଉପେନ୍ଦ୍ର ମହାଖୁଡ଼,ରୀତେଶ ଶତପଥୀ, ପ୍ରମୁଖ ଙ୍କ ସମେତ ଶତ ବାର୍ଷିକୀ ପାଳନ କମିଟି ସଦସ୍ୟ ମାନେ ତଥା ଏମ ,ରାମପୁର ଅଞ୍ଚଳ ବାସୀ ସମ୍ପୂର୍ଣ ସହଯୋଗ କରିଥିଲେ।