Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷକ ଓ କୃଷି ସମସ୍ୟାର ସମାଧାନ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବୀ ପତ୍ର

ସମ୍ବଲପୁର: କୃଷି ସର୍ବସ୍ବ ଓଡ଼ିଶା ରେ କୃଷି, କୃଷକ ଓ ଉତ୍ପାଦିତ ଶସ୍ୟ ବିକ୍ରି କୁ ନେଇ ଲଗି ରହିଥିବା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜଳସେଚନ ର ଅଭାବ ତ କେତେବେଳେ ବିହନ ଓ ସାର ର ସମସ୍ୟା । କେତେବେଳେ ମରୁଡି ତ ଆଉ କେତେବେଳେ ପୁଣି ଉତ୍ପାଦିତ ଶସ୍ୟ ବିକ୍ରି କୁ ନେଇ ସମସ୍ୟା । ବର୍ତ୍ତମାନ୍ ରାଜ୍ୟରେ ଧାନ ଅମଳ ପରେ ଟୋକନ୍, କଟନି ଛଟନି ଓ ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ଅଭିଯୋଗ କରୁଛନ୍ତି । ଏଭଳି ଅନେକଗୁଡ଼ିଏ ସମସ୍ୟାର ର ଶିଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଜିଲ୍ଲା ରେ ଆନ୍ଦୋଳନ ହୋଇଛି ।
ଏହି ମର୍ମ ରେ ଆଜି ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି । ରାଜ୍ୟ ରେ ସମସ୍ତ ମଣ୍ଡି ରେ ପଡ଼ି ରହିଥିବା ସମସ୍ତ ଧାନ କୁ ସରକାର୍ କିଣନ୍ତୁ, ଧନ ବିକ୍ରି ପାଇଁ ବର୍ଷ ସାରା ମଣ୍ଡି କୁ ଖୋଲା ରଖାଯାଉ , ଟୋକନ ବ୍ୟବସ୍ଥାକୁ ବନ୍ଦ କରାଯାଉ, କଟଣି ଛଟନି କୁ ବନ୍ଦ କରାଯାଉ, ମଣ୍ଡି ମାନଙ୍କୁ ସୁବ୍ୟବସ୍ଥିତ କରାଯାଉ, ମଣ୍ଡି ମାନଙ୍କରେ ମିଲର୍ସ ମାନଙ୍କ ଦାଦାଗିରି ବନ୍ଦ କରାଯାଉ ଭଳି ଅନେକ ଦାବୀ ର ଶିଘ୍ର ଓ ସ୍ଥାୟି ସମାଧାନ ପାଇଁ ଦାବୀ ପତ୍ର ରେ ଉଲ୍ଲେଖ ରହିଛି ।
ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁ ଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ପଦାଧିକାରୀ ମାନେ ଶାନ୍ତି ପୂର୍ଣ୍ଣ ଭାବେ ଜିଲ୍ଲାପାଳ କାର୍ଯ୍ୟଳୟ କୁ ଯାଇଥିଲେ । ଆନ୍ଦୋଳନକାରୀ ମାନେ କାର୍ଯ୍ୟଳୟ କୁ ପ୍ରବେଶ କରିବା ସମୟରେ ପୋଲିସ ପକ୍ଷରୁ ମୁଖ୍ୟ ଫାଟକ କୁ ବନ୍ଦ କରି ଦିଆ ଯାଇଥିଲା । ବିଜେପି ପକ୍ଷରୁ ଭିତରକୁ ଯାଇ ସମସ୍ତ ବିଷୟ ଆଲୋଚନା କରି ଦାବୀ ପତ୍ର ପ୍ରଦାନ କରିବେ ବୋଲି ବାର ବାର ଅନୁରୋଧ କଲା ପରେ ମଧ୍ୟ ପୋଲିସ ଅନୁମତି ଦେଇ ନଥିଲା । କେବଳ ଚାରି ପାଞ୍ଚ ଜଣ ଭିତରକୁ ଯାଇ ଦାବିପତ୍ର ଦେଇ ଆସିବାକୁ ପୋଲିସ୍ ଅନୁମତି ଦେଇଥିଲା । କିନ୍ତୁ, ସମସ୍ତେ ଭିତରକୁ ଯାଇ ଶାନ୍ତି ପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମ ସମ୍ପନ୍ନ କରି ଫେରିବେ ବୋଲି ବିଜେପି ପକ୍ଷରୁ ଦାବୀ କରାଯାଇଥିଲେ । ଶେଷରେ ପୋଲିସ୍ ରାଜି ନ ହେବାରୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଲେଖା ହୋଇଥିବା ଓ ବିଜେପି କର୍ମୀ ଓ ପଦାଧିକାରୀ ଙ୍କ ସ୍ବାକ୍ଷରିତ ଦାବୀ ପତ୍ର କୁ ମୁଖ୍ୟ ଫାଟକ ରେ ଝୁଲେଇ ଫେରି ଆସିଥିଲେ ।
ଆଜି ର ଏହି ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଗିରିଶ ପଟେଲ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ବରିଷ୍ଠ ନେତା ଦାମୋଦର କର, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ସମେତ ପ୍ରକାଶ ପ୍ରଧାନ, ସୁଧୀର କୁମାର ବୋହିଦାର, ମହେନ୍ଦ୍ର ଭୋଇ, ଅଶୋକ ନାଏକ, ଗୋପାଳ ଅଗ୍ରୱାଲ, ନନ୍ଦ କିଶୋର ମିଶ୍ର, ରତ୍ନ ସୁନା, ପ୍ରଭାସିନୀ ଦାଶ, ରିଙ୍କି ସାହୁ, ମେଜ ସାହୁ, ମୁନ୍’ମୂନ୍ ସୌଦାଗର ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ