Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ:ବରଗଡ଼ ସ୍ବର୍ଣ୍ଣା ଦଳ ଚମ୍ପିୟାନ,ବୁର୍ଲା ସମଲେଶ୍ବରୀ ରନର୍ସଅପ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅର୍ନ୍ତଗତ କଳାମାଟି ପଞ୍ଚାୟତର ମାଉଲିବାଗ ଖେଳପଡିଆଠାରେ ୨୫ ତାରିଖରୁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଜିଲ୍ଲା ସ୍ତରୀୟ ସପ୍ତମ ମାଁ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ଓ ବରଗଡ ଜିଲ୍ଲାର ବହୁ ଯୁବ ଖେଳାଳି ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ ବରଗଡର ସ୍ବର୍ଣ୍ଣା ଦଳ ଚମ୍ପିୟାନ ହୋଇଥିବା ବେଳେ ସମ୍ବଲପୁରର ବୁର୍ଲା ସମଲେଶ୍ବରୀ ଦଳ ଉପବିଜେତା ହୋଇଥିଲା । ପ୍ରଥମେ ନିର୍ଦ୍ଧାରିତ ଓଭରରେ ସମଲେଶ୍ବରୀ ଦଳ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍ ବିନିମୟରେ ୭୫ ରନ୍ ସଂଗ୍ରହ କରିଥିବା ବେଳେ ବିଜେତା ସ୍ବର୍ଣ୍ଣା ଦଳ ଏକ ବଲ୍ ବାକି ଥାଇ ୭୭ ରନ୍ କରି ମ୍ୟାଚ ଜିତି ନେଇଥିଲେ । ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ରେଙ୍ଗାଲି ଜୋନ୍-୧ ଜିଲ୍ଲା ପରିଷଦ ଚୋଳଶ୍ରୀ ମହାନନ୍ଦ, ସମ୍ବଲପୁର ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ପୂର୍ବତନ କଳାମାଟି ସରପଞ୍ଚ ଶ୍ରୀହରି ନାଗ୍, ଅଞ୍ଚଳର ବରିଷ୍ଠ ନାଗରିକ ସୁକଚେନ୍ ସିଂ, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ବୁଲୁ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ୍ ଦ ମ୍ୟାଚ ଭାବେ ରାଜେଶ ଓ ମ୍ୟାନ ଅଫ୍ ଦ ମ୍ୟାଚ ଭାବେ ମୁନସୀ ପୁରସ୍କୃତ ହୋଇଥିଲେ ‌। ଆୟୋଜକ ଭାବେ ଦୟାନିଧି ବାରିକ, ମୁକେଶ ନାଗ, ଯଦୁ ନାଗ, କୈଳାସ ନାଗ ଓ ଅନ୍ୟ ଯୁବକମାନେ ସହଯୋଗ କରିଥିଲେ ।