Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଂପୁରା ଳମ୍ବେଇଡୁଙ୍ଗୁରି ଜଙ୍ଗଲରେ ହାତୀ ପଲ, ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ

ଚିପିଲିମା, ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ୱାର୍ଡ ନମ୍ବର ୧ ବରମ୍ପୁରା ଳମ୍ବେଇଡୁଙ୍ଗୁରି ଜଙ୍ଗଲରେ ଏକ ହାତୀପଲ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଜଙ୍ଗଲ ରେ ହାତୀ ଥିବା ନେଇ ପ୍ରଚାର ହେବାପରେ ଜନସାଧାରଣରେ ଭୟର ବାତାବରଣ ଦେଖିବାକୁ ମିଳିଛି। ସୋମବାରଦିନରୁ ଏହି ଜଙ୍ଗଲରେ ହାତୀପଲ ବୁଲାବୁଲି କରୁଥିବା ନେଇ ଗ୍ରାମ ବାସୀ ଙ୍କ ପକ୍ଷରୁ ସଦର ରେଞ୍ଜ ଅଫିସରେ ସୂଚନା ଦିଆଯାଇଥିବା ବେଳେ ହାତୀ ମାନଙ୍କୁ ଘଉଡ଼ାଇବା ଅଦ୍ୟାବଧି ସମ୍ଭବ ପର ହୋଇପାରିନାହିଁ। ରାତ୍ରି ସମୟରେ  ହାତୀପଲ ଚାଷୀ ଙ୍କ ପାଚିଲା ଧାନ ଖାଇବା ସହିତ ଅମଳପ୍ରାୟ ଧାନଗଛକୁ ନଷ୍ଟ କରୁଥିବା ଅଭିଯୋଗ ମିଳିଛି। ଏନେଇ ଜାମପାଲି ରେଞ୍ଜ ଅଫିସର ସୁନୀଲ କୁମାର ଖିଲାରି ଙ୍କୁ ପଚାରିବାରୁ ସେ ଜଙ୍ଗଲ ରେ ହାତୀ ଥିବା ସ୍ୱୀକାର କରିବା ସହିତ ହାତୀ ଦଳରେ ଗୋଟିଏ ଦନ୍ତା , ତିନୋଟି ମାଇ ଓ ତିନୋଟି ପିଲା ହାତୀ ଥିବା କହିଛନ୍ତି। ହାତୀ ର  ଗତି ଵିଧି ନିରୀକ୍ଷଣ କରିବାକୁ ଏକ ଟିମ ଗଠନ ହୋଇସାରିଛି। ଶୀଘ୍ର ସେମାନ ଙ୍କୁ ସୁରକ୍ଷିତ ଜାଗା କୁ ଘଉଡ଼ାଇ ଦିଆଯିବ ବୋଲି କହିଛନ୍ତି।ମିଳିଥିବା ସୂଚନା ମୁତାବକ ସୁଦାମ ବାଘ, ଅକ୍ଷୟ ମିର୍ଧା, ସନ୍ତୋଷ ବାଦୀ, ଜନାର୍ଦନ ମିର୍ଧା ଙ୍କ ବ୍ୟାପକ ମାତ୍ରା ରେ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ