Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଠାରେ ଖରିଫ ଧାନ ମଣ୍ଡି ଉଦଘାଟନ,ପ୍ରଥମ ଦିନରେ ୩ ଜଣ ଚାଷୀ ଙ୍କ ୧୭୦ କ୍ୱିଣ୍ଟାଲ ଧାନ କ୍ରୟ।

କୋକସରା:୩୦/୧୧ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଳିତ ବର୍ଷ ପାଇଁ ଖରିଫ ଧାନ ମଣ୍ଡି ବୁଧବାର କୋକସରା ଧାନ ମଣ୍ଡି ରେ ଶୁଭାରମ୍ଭ ହୋଇଛି। କୋକସରା ସମବାୟ ସମିତିର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ପୂଜାର୍ଚ୍ଚନା ପରେ ମଣ୍ଡି ଉଦଘାଟନ ହୋଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦାରୁଆନ, ମୁଖ୍ୟ ବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଚିଫ ସିଏସଓ ପବିତ୍ର କୁମାର ସାହୁ, ସିଏସଓ ମନୋଜ ଦାସ,ଡିଆରସିଏସ ପ୍ରମୋଦ କୁମାର ସାହୁ,ଏଆରସିଏସ ମିତ୍ରଭାନୁ ବିଶ୍ୱାଳ,ଉପଖଣ୍ଡ ଯୋଗାଣ ଅଧିକାରୀ ଧର୍ମଗଡ଼ ଦୁର୍ଗା ପ୍ରସାଦ ମାଝୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା,ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅବକାଶ ବେହେରା, କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ଇନ୍ଦ୍ରମଣି ଧ. ମାଝୀ, ମିଲର୍ସ ଆସୋସିଏସନ ଉପ ସଭାପତି ଯୁଗଳ କିଶୋର ଅଗ୍ରୱାଲ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଉପସ୍ଥିତ ଚାଷି ଙ୍କୁ ମଣ୍ଡି ପରିଚାଳନା ରେ ସମସ୍ତ ଙ୍କ ସହଯୋଗ ସହ ସଫା ଓ ଶୁଖା ଧାନ ଆଣିବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ଦିନରେ ୩ ଜଣ ଚାଷୀ ବିଘ୍ନରାଜ ପ୍ରଧାନୀ, ପୁରୁନ୍ଧର କେତକୀ ଓ ଶାରଳା ପ୍ରଧାନୀ ଙ୍କ ୧୭୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ମଣ୍ଡି ରେ ଧାନ କ୍ରୟ ରେ ସ୍ୱଚ୍ଛତା ନେଇ ସରକାର କହୁଥିବା ବେଳେ ଆଦ୍ରତା ନଥିବା ଓ ଅନ୍ୟ ବାହାନା କରି ନିୟୋଜିତ ପେକ୍ସ,ଆରଏମସି ଓ ମିଲର ଙ୍କ ଏଜେଣ୍ଟ କର୍ମଚାରୀ ମାନେ ପ୍ରତି କ୍ୱିଣ୍ଟାଲ ପ୍ରତି ଚାଷି ଙ୍କ ଠାରୁ ୫ ରୁ ୧୦ କେଜି ପର୍ଯ୍ୟନ୍ତ କଟନୀ କରୁଛନ୍ତି।ତାହା ବନ୍ଦ କରାଯାଉ ଓ ମଣ୍ଡି ରେ ୱେଟ ବ୍ରଜ ଥାଇ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେଉନାହିଁ,ତାହା କାର୍ଯ୍ୟକ୍ଷମ କରାଯାଉ ବୋଳି ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀ ଓ ଚାଷି ଲକ୍ଷ୍ମୀ ନାରାୟଣ, ଲକ୍ଷ୍ମଣ ନାଏକ, ମୁକ୍ତେଶ୍ଵର ନାଏକ, ବାଳ ମୁକୁନ୍ଦ ଚୌଧୁରୀ, ସୁବୋଧ ପଣ୍ଡା ,ପିତାମ୍ବର ପଟ୍ଟନାୟକ, କୃପାସିନ୍ଧୁ ପ୍ରଧାନୀ ପ୍ରଧାନୀ, ଅଭିଯୋଗ ଆଣିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମିଲ ମାଲିକ ପ୍ରଶାନ୍ତ ସାହୁ, ଜବାହାର ଲାଲ ଗୁପ୍ତା, ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ, କୃଷି ଅଧିକାରୀ ବିପିନ ଟୋଳଟିଆ ସମେତ ଆରଏମସି,ପେକ୍ସ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।