Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଙ୍କୁଲି ଗ୍ରାମର ୬୭ ତମ ରାହାସ ଯାତ୍ରା ଉଦଯାପିତ

ଝାରସୁଗୁଡା ୩୦/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଙ୍କୁଲି ଗ୍ରାମରେ ପାଞ୍ଚ ଦିନ ଧରି ଚାଲିଥିବା କାର୍ତ୍ତିକ ପୂର୍ଣ୍ଣିମା ରାହାସ ଯାତ୍ରା ବୁଧବାର ଉଦଯାପିତ ହୋଇ ଯାଇଛି ।
ଏହି ଅବସରରେ ନିମନ୍ତ୍ରୀତ ଅତିଥି ଭାବେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରହଲ୍ଲାଦ ଖମାରୀ (ପିଣ୍ଟୁ) ଏବଂ ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର,ସଂପାଦକ ଗୌତମ ପଧାନ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ତଥା ଉପ ସଭାପତି ରଘୁନନ୍ଦନ ପଣ୍ଡା, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ, ଅଶୋକ ରାଏ, ସୁରେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ନିମନ୍ତ୍ରୀତ ଅତିଥି ମାନଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଗାଁ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ଆଗାମୀ ଦିନରେ ଲଖନପୁର ବ୍ଲକ ବିଭାଜନ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ରାହାସ ଯାତ୍ରା ଦେଖିବା ପାଇଁ ଆଖପାଖ ଗାଁ ମାନଙ୍କ ରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।
ସୂଚନା ଥାଉକି ହୀରାକୁଦ ନଦୀବନ୍ଧ ଯୋଜନା ଦ୍ଵାରା ବିସ୍ଥାପିତ ହୋଇ ମଧ୍ୟ ଆଜକୁ ଦୀର୍ଘ ୬୭ ବର୍ଷ ହେଲା ଅଙ୍କୁଲି ଗ୍ରାମବାସୀ ସମ୍ପ୍ରଦାୟ କଳା ସଂସ୍କୃତିକୁ ବଞ୍ଚାଇ ରଖି କାର୍ତ୍ତିକ ରାହାସ ଯାତ୍ରା ଭାବରେ ମହା ସମାରୋହରେ ପାଳନ କରି ଆସୁଥିବା ଗ୍ରାମବାସୀ କହିଛନ୍ତି । ଅଙ୍କୁଲି ଗ୍ରାମବାସୀଙ୍କ ମଧ୍ୟରେ ଭୂଜ ବିଶ୍ବାଳ, କୀର୍ତ୍ତନ ପଧାନ, ସୁରେନ୍ଦ୍ର ପଧାନ, କୃଷ୍ଣ ଖର୍ସେଲ, ଲୁକେଶ୍ୱର ପାଣ୍ଡେ, କ୍ଷିରୋଦ ସାହୁ ,ଅମିନ ସାହୁ ,ପ୍ରସନ୍ନ ପଧାନ,ନାରେନ ବିଶ୍ଵାଳ, ଜୟ ଖର୍ସେଲଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

More Stories