Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ଘୁମେର ମଞ୍ଚସ୍ତ ନାଟକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଯାଦବ ସମାଜ ର ସଭାନେତ୍ରୀ ରଶ୍ମିରେଖା।

ଧର୍ମଗଡ଼:୩୦/୧୧ ଧର୍ମଗଡ଼ ବ୍ଲକ ବଡ଼ଘୁମେର ଯୁବ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମଞ୍ଚସ୍ତ ମହାନ କାଳ୍ପନିକ ନାଟକ “ରୂପାଲି ଅପାର ଗୋପନ କଥା” (ବିରାମାଲ) ମଞ୍ଚସ୍ଥ କାର୍ଯ୍ୟକ୍ରମ ରେ ନିମନ୍ତ୍ରଣ ରକ୍ଷା କରି ମାଁ ମହାଲକ୍ଷ୍ମୀ ଙ୍କ ପ୍ରଥମ ମାଣବସା ଗୁରୁବାର ଭଳି ପବିତ୍ର ତିଥି ରେ ନାରୀ ନେତୃତ୍ୱରେ ପରିଚୟ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମୂଷାପାଳି ଗ୍ରାପ ସରପଞ୍ଚ ତଥା କଳାହାଣ୍ଡି ଜିଲା ମହିଳା ଯାଦବ ମହାସଭାର ସଭାନେତ୍ରୀ ଶ୍ରୀମତୀ ରଶ୍ମିରେଖା ରାଉତ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ଘନଶ୍ୟାମ ଅଗ୍ରୱାଲ, ଜିଲା ଯାଦବ ଉପସଭାପତି ମୋହିତ ରାଉତ,ବଡ଼ଘୁମେର ଗୌନ୍ତିଆ ଲକ୍ଷ୍ମୀକାନ୍ତ ଗୋପାଳ, ସାନ କେନ୍ଦୁଗୁଡା ଗ୍ରାପ ପିଇଓ ଗୌରାଙ୍ଗ ନାଗ, ସମାଜସେବୀ ନିର୍ମଳ ଗୋପାଳ ,ବୃନ୍ଦାବତୀ ପୁଜା କର୍ତା ତୁଲସିରାମ ଗୋପାଳ ,ବଡ଼ଘୁମେର ଗ୍ରାମ୍ୟପୂଜାରୀ ଜିତେନ୍ଦ୍ର ମାଝୀ, ବଡ଼ଘୁମେର ମାଁ ବୃନ୍ଦାବତୀ ପୂଜା କମିଟି ସଭାପତି ବୃହସ୍ପତି ଗୋପାଳ, ବଡ଼ଘୁମେର ଆଞ୍ଚଳିକ ସଭାପତି ନିରାକାର ଗୋପାଳ ତଥା ଗ୍ରାମର ଯୁବ ଅନୁଷ୍ଠାନ ସମସ୍ତ କର୍ମକର୍ତା ସମେତ ମାଁ ବୃନ୍ଦାବତୀ ପୂଜା କମିଟି ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି ନିମନ୍ତ୍ରଣ ରକ୍ଷା କରି ତାଙ୍କ ବହୁ ମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରି ଥିବାରୁ ବଡ଼ଘୁମେର ଯୁବ ଅନୁଷ୍ଠାନ ଓ ପୂଜା କମିଟି ତରଫରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରିଥିଲେ।