Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣ୍ଡି ଆରମ୍ଭ ରୁ ଚାଷି ଅସନ୍ତୋଷ, ମଣ୍ଡି ରେ ନିୟୋଜିତ ଶ୍ରମିକ କ୍ୱିଣ୍ଟାଲ ପିଛା ଚାଷୀଙ୍କ ଠାରୁ ୫ ଟଙ୍କା ଦାବି ନେଇ ତହସିଲଦାର ଙ୍କୁ ଅଭିଯୋଗ କଲେ ଚାଷି।

କୋକସରା:୩୦/୧୧ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୯ ତାରିଖ ଠାରୁ ଜିଲ୍ଲା ରେ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋକସରା ବ୍ଲକ ସଦର ମହକୁମା ଧାନ ମଣ୍ଡି ରେ ନିୟୋଜିତ ଶ୍ରମିକ ମାନେ ଚାଷି ଙ୍କ ଧାନ ଓଜନ ଓ ପରିବହନ ପାଇଁ କ୍ୱିଣ୍ଟାଲ ପିଛା ୫ ଟଙ୍କା ଦାବି କରୁଥିବା ନେଇ ଅଭିଯୋଗ ହୋଇଛି। ମଣ୍ଡି ରେ ନିୟୋଜିତ ଶ୍ରମିକ ଙ୍କୁ କ୍ୱିଣ୍ଟାଲ ପିଛା ଗତବର୍ଷ ୮ ଟଙ୍କା ୪୭ ପଇସା ମଜୁରୀ ରହିଥିବା ବେଳେ ଶ୍ରମିକଙ୍କ ଦାବି ଚଳିତ ବର୍ଷ ଠାରୁ ତାହା ୧୩ ଟଙ୍କା ୧୮ ପଇସା କୁ ବୃଦ୍ଧି ହୋଇଥିବା ନେଇ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏପରି ସ୍ଥଳେ ମଣ୍ଡି ରେ ନିୟୋଜିତ ଶ୍ରମିକ ମାନେ ଚାଷି ଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ଟଙ୍କା ଦାବି କରୁଥିବା କୁ ନେଇ ତୀବ୍ର ଅସନ୍ତୋଷ କରିଛନ୍ତି ଚାଷି। ଗୋଟିଏ ପଟେ କଟନୀ ଛଟନୀ ନାଁ ରେ କ୍ୱିଣ୍ଟାଲ ପ୍ରତି ୫ ରୁ ୭ କେଜି କରୁଥିବା ବେଳେ ଶ୍ରମିକଙ୍କ ଏହି ଦାବୀ କୁ ନେଇ ଚାଷି ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ଗୁରୁବାର କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ଚାଷି ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ବିଜୟ ସାହୁ ସୁବୋଧ ପ୍ରଧାନୀ, ଲଲାଟେନ୍ଦୁ ପ୍ରଧାନୀ, ଦେବରାଜ ପଣ୍ଡା,ପଞ୍ଚକ ପୋଢ଼, ସୁବୋଧ ପଣ୍ଡା, ଦୈତାରି ବାରିକ,ପ୍ରମୋଦ ଦାସ, କ୍ଷୀରସିନ୍ଧୁ ନେଗି,ଉତ୍ତମ ପ୍ରଧାନୀ,ନାଗରାଜ ପ୍ରଧାନୀ, ପରମେଶ୍ବର ପାଣିଗ୍ରାହୀ ଇଶରାମ ବାଗ ଓ ଅନ୍ୟ ଚାଷି କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଙ୍କୁ ଭେଟି ଲିଖିତ ଅଭିଯୋଗ ସହ ପଦକ୍ଷେପ ଗ୍ରହଣ କରିବା କୁ ଦାବି କରିଛନ୍ତି। ଏନେଇ କୋକସରା ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ ଙ୍କ ପ୍ରତିକ୍ରିୟା ନେବାରୁ ଆମ ପାଖରେ ଅଭିଯୋଗ ଆସିନାହିଁ, ମଣ୍ଡି ଶ୍ରମିକଙ୍କ ଦାବି ଓ ଚାଷି ଙ୍କ ଅଭିଯୋଗ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories