Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନୀୟ ଜଳ ଯୋଗାଣ କର, ନଚେତ ୪ ରେ ଆନ୍ଦୋଳନ ଚେତାବନୀ ଦେଲେ ମହିଳା।

କୋକସରା;୩୦/୧୧ କୋକସରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ୮ ନମ୍ବର ୱାର୍ଡ଼ ରେ ଦେଖାଦେଇଛି ପାନୀୟ ଜଳ ଯୋଗାଣ ସମସ୍ୟା, ଦିର୍ଘ ମାସ ହେବ ଏହି ପଡା କୁ ସଂଯୋଗ ହୋଇଥିବା ପାନୀୟ ଜଳ ପାଇପ ଲାଇନ ରୁ ପାଣି ଯୋଗାଣ ରେ ଅନିୟମିତତା ହେଉଥିବା ନେଇ ୱାର୍ଡ଼ ୮ ର ମହିଳା ମାନେ ପୂର୍ବରୁ ଗ୍ରାମ ପଞ୍ଚାୟତ କୁ ଜଣାଇ ଆସୁଛନ୍ତି ହେଲେ ସରପଞ୍ଚ କିମ୍ବା କର୍ମଚାରୀ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ବେଳେ ଆଜି ୮ ନମ୍ବର ୱାର୍ଡ଼ ପଡା ର ଶତାଧିକ ମହିଳା ମାନେ ଏକତ୍ରିତ ହୋଇ ୱାର୍ଡ଼ ସଭ୍ୟା ଶୋଭନୀ ଦୂର୍ଗା ଙ୍କ ନେତୃତ୍ୱରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ଯନ୍ତ୍ରୀ ଯଶୋବନ୍ତି ଭୋଇ ଓ କୋକସରା ଥାନା ଅଧିକାରୀ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ୪ ତାରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ଜଳ ଯୋଗାଣ ବିଭାଗ କାର୍ଯ୍ୟକ୍ରମ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଅଭିଯୋଗ ଦେବା ସମୟରେ ସନ୍ଧ୍ୟା ରାଣି ବାଗ,ନିରୂପମା ରାଉତ, ସବିତା ଖରସେଲ,ରଞ୍ଜିତା ଜୁଏଡ଼, ଶାନ୍ତି ଖରସେଲ, ପାଦୁକା ବାଗ,ମୁସ୍କାନ ଖମାରି,ଚାନ୍ଦିନୀ ଦୀପ,ରେବତୀ ରାଉତ,ରତ୍ନୀ ଚଣ୍ଡି, ଭୂମିସୁତା ରାଉତ, ବିନୋଦ ବିହାରୀ ରାଉତ, ଶୋଭା ରାଉତ,ଓମ ପ୍ରକାଶ ରାଉତ, ଅରୁଣ କାଣ୍ଡ ସମେତ ପଡା ର ମହିଳା ଓ ବାସିନ୍ଦା ଉପସ୍ଥିତ ରହିଥିଲେ। ଏନେଇ କୋକସରା ବିଡ଼ିଓ ଙ୍କ ପ୍ରତିକ୍ରିୟା ନେବାରୁ କନିଷ୍ଠ ଯନ୍ତ୍ରୀ ଙ୍କୁ କହି ଶୀଘ୍ର ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଳି କହିଛନ୍ତି।