Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର କଲେଜ ରେ ନୂଆ ଓଡିଶା- ଯୁବ ଓଡିଶା -ନବୀନ ଓଡ଼ିଶା” କାର୍ଯ୍ୟକ୍ରମ…

ଲକ୍ଷ୍ମୀପୂର ୩୦.୧୧ ..ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ “ନୂଆ ଓଡିଶା- ଯୁବ ଓଡିଶା -ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ, ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ଯର ଉଦଘାଟନ ସମାରୋହ ମହାବିଦ୍ୟାଳୟର ଅଧ୍ୟକ୍ଷ  ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇ ଯାଈଛି।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ମୂଖ୍ଯ ବକ୍ତା ପୂର୍ବତନ ସାଂସଦ  ଝିନ ହିକ଼କା ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ କୈଳାସ କୁଳେସିକା ଏବଂ ସ୍ଵତନ୍ତ୍ର ଅତିଥି ଭାବେ ଯୁକ୍ତ ତିନି ଅଧ୍ୟକ୍ଷ  ବିଜୁ ମୁଦୁଲି, ବିଇଓ  କୈଳାସ ଚନ୍ଦ୍ର ବେହେରା, ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା  ଶୁଆଇ କୁଲେସିକା, ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ଜିଲ୍ଲା ପରିଷଦ ସଦସ୍ୟା  ପିଙ୍କି ହିମିରିକା, ଉପାଧ୍ୟକ୍ଷା ଆରତି କୁଳଦୀପ, ବିଜେଡ଼ି ନେତ୍ରୀ  କୌଶଲ୍ୟା ହିକ଼କା,  ଶିକ୍ଷକ ତଥା ସମାଜସେବି ଶଙ୍କର ସାଉଁତା ଉପସ୍ଥିତ ରହି ସେମାନଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ଫାଇଦା ଉଠାଇ ବାକୁ ଉତ୍ସାହିତ କରିଥିଲେ।  ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ନୂଆ ଓଡିଶା ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୂଳ ଲକ୍ଷ ଏବଂ ମହତ୍ବ ଉଦ୍ଦେଶ୍ଯ ସମ୍ପର୍କରେ ମଞ୍ଚାଶିନ ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଏହି ଅବସରରେ ଅଧ୍ୟାପକ ଶ୍ରୀ ତାରିଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, କାହ୍ନୁ ଚରଣ ବିଶୋୟୀ,ଲକ୍ଷ୍ମୀକାନ୍ତ ଟାକ୍ରୀ, ଟଙ୍କଧର ନାଏକ,ଲାଲୁ  ହରିଜନ, ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ, ହେଲେନା ପ୍ରିୟଦର୍ଶିନୀ ସିଂ, ମୌତସୀ ପ୍ରଧାନ, ବୈଶାଖୀ ଦୀପ୍, କିରାଣୀ  କିଶୋର ଚନ୍ଦ୍ର ବିଷୟୀ ଏବଂ ଅନ୍ଯ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଅଧ୍ୟାପକ ଡଃ ଜଗନ୍ନାଥ ରଥ ପରିଚାଳନା କରିଥିଲେ ଏବଂ ଶେଷରେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ