Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରିମୁହାଣରେ ମାଁ ମଙ୍ଗଳାଙ୍କ ବାର୍ଷିକ ଦଶରା ଅନୁଷ୍ଠିତ।ସାଂସ୍କୃତିକ ସଂଧ୍ୟାରେ ଝୁମିଲେ ଦର୍ଶକ।

କୋକସରା:୩୦/୧୧ କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ବିରିମୁହାଣ ଗ୍ରାମରେ ମାଁ ମଙ୍ଗଳାଙ୍କ ବାର୍ଷିକ ଦଶରା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜଙ୍ଗଲ ମଧ୍ୟରେ ଥିବା ବିରିମୁହାଣ ଗ୍ରାମର ଆରାଧ୍ୟ ଦେବୀ କେଉଁ ଯୁଗ ରୁ ପଥର ଚେପା ତଳେ ପୁଜା ପାଉଛନ୍ତି। ମଙ୍ଗଳା ଦେବୀ ଙ୍କ ଯାତ୍ରାବେଳେ କାଳସିଙ୍କ ବିଭିନ୍ନ ଢଙ୍ଗରେ ନୃତ୍ୟ ଓ ଲାଠିଯାତ୍ରାର ଦୃଶ୍ୟ ଦେଖିବାକୁ ଶତାଧିକ ଭକ୍ତଙ୍କ ଭିଡ ଜମିଥିଲା । ବାର୍ଷିକ ମଣ୍ଡେଇ ଯାତ୍ରା ପାଳନ ଲାଗି ଗତ ଏକ ସପ୍ତାହ ଧରି ପ୍ରଚାର କରାଯାଇ ବିଭିନ୍ନ ଗ୍ରାମର ଦେବାଦେବୀ ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଫଳରେ ବାର୍ଷିକ ଦଶରା ଯାତ୍ରା ଦିନ ସକାଳେ ପଳସାପଡା ଭାଲୁଯୋର,କାଦୋମଳି ଓ କଲୋନିପଡା ଗ୍ରାମର ଦେବାଦେବୀ ଙ୍କ ଲାଠି କାଳିଶି ନିଜ ନିଜର ବଜା ବଜାଇ ମାଁ ମଙ୍ଗଳା ଦେବୀ ପୁଜକଙ୍କ ଘରେ ମାଉଲି ପେଣ୍ଡ୍ରାଗଡେନ୍‌,ଗୋପାଗଷେନ୍‌ ଡୋକ୍ରିବୁଢୀ ଓ ମାନପୁରେନ୍ ଙ୍କ ଲାଠି ରୁପସିଂ ପୁଝାରୀଙ୍କ ଘରକୁ ପହଞ୍ଚି ଥଲା । ପୁଜକଙ୍କ ଘରେ ପୁଜା କରାଯାଇ ଅପରାହ୍ନ ୩ଟାରେ ସମସ୍ତ ଦେବା ଦେବୀ ଏକ ଭକ୍ତିମୟ ପରିବେଶରେ ପୁଜକଙ୍କ ଘରୁ ଶୋଭାଯାତ୍ରାରେ ବାହାରି ମାଉଲି ଡଙ୍ଗର ନିକଟରେ ଥିବା ମାଉଲି ଦେବୀଙ୍କ ପୀଠରେ ପହଞ୍ଚି ଥିଲେ । ପରେ ସେଠାରେ ପୁଜକ ଦ୍ୱାରା ପୁଜାର୍ଚ୍ଚନା କରି ପୁଣିଥରେ ବିରିମୁହାଣ ଗାଁ ଭିତରକୁ ଫେରି ଆସିଥିଲେ ।ପରେ ବିଦ୍ୟାଳୟ ନିକଟରେ ବସିଥିବା ହାଟକୁ ପରିକ୍ରମା କରି ପୁଝାରୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ରାତିରେ ପୁଝାରୀ ଘର ସମ୍ମଖରେ ଥିବା ଦେବୀଖୁଣ୍ଟା ରେ ସମସ୍ତ ଦେବା ଦେବୀଙ୍କ ଲାଠି ଓ କୁର୍ଶୀକୁ ରଖି ପୁଜା କରାଯାଇଥିଲା । ମାନସିକ ପୁରଣ ପାଇଁ ଭକ୍ତମାନେ ଦେବୀ ଦେବତା ମାନଙ୍କୁ ମୁଣ୍ଡଆ ମାରି ଦୁଃଖ ସୁଖ ଜଣାଇଥିବା ବ୍ୟକ୍ତି ମାନଙ୍କୁ ବିନ୍ତି (ଚାଉଳ) ଦେଇ ଆଶିର୍ବାଦ ଦେଉଥିବା ଦେଖା ଯାଇଥିଲା । ଯାତ୍ରା ଅବସରରେ ବିରିମୁହାଣ ଗ୍ରାମରେ ରାତିରେ ରେକଡ ଡ୍ୟାନ୍ସ ପ୍ରତି ଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇ ପାହାଡ଼ ପାଦଦେଶରେ ରହୁଥିବା ଆଦିବାସୀ ଜନଜାତି ଓ ଗ୍ରାମବାସୀ ଙ୍କୁ ଅଞ୍ଚଳ ର ଦେବାଦେବୀ ଙ୍କ ଆଶ୍ରିବାଦ ସବୁବେଳେ ରହିଥାଉ ବୋଳି କହିଥିଲେ।ମୁଖ୍ୟ ବକ୍ତା ଭାବରେ ଆଦିବାସୀ ଯୁବନେତା ଋତୁରାଜ ମାଝୀ ସମ୍ମାନିତ ଅତିଥି ଭାବେ ଜିତେନ୍ଦ୍ର ପଣ୍ଡା, ମନୋରଞ୍ଜନ ବାଣୁଆ, ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି, ଭାସ୍କର ଦଣ୍ଡସେନା, ରବି ନାରାୟଣ ଦାସ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ କୁ ଶରତ ନାଏକ ସଂଯୋଜନା କରିଥିଲେ।କରିଥିଲେ ।