Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲ୍ଲେଇପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

ସମ୍ବଲପୁର (କୁଚିଣ୍ଡା): ଯୁବ ଶକ୍ତିହିଁ ଦେଶ ପ୍ରଗତିର ସାରଥି । ସେମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ କରି ସେମାନଙ୍କୁ ଉପଯୁକ୍ତ ସ୍ଥାନ ଦେଇ ଏକ ବ୍ୟକ୍ତିତ୍ୱର ପରିଚୟ ଦେବାକୁ ସରକାରଙ୍କ ଅଭିନବ ପଦକ୍ଷେପ ନୂଆଁ ଓଡିଶା ଗଠନର ସ୍ୱପ୍ନ ପୁସେଥିପାଇଁ ସୁରକ୍ଷିତ ସ୍ୱାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ଜୀବନ ପାଇଁ ଅମୂଲ୍ୟ ସଂପତ୍ତି । ଯାହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସମନ୍ୱିତ ଯୁବ ଶକ୍ତିକୁ ମଜଭୁତ କରିବାକୁ ଅଭିନବ ପଦକ୍ଷେପ ସ୍ୱରୂପ ଛାତ୍ର ଅବସ୍ଥାରୁ ସଚେତନ କରୁଛନ୍ତି,ତାହା ପ୍ରତିଟି ପ୍ରାଣ ପାଇଁ ଜୀବନ ଦର୍ଶନ ବୋଲି ଆଜି ମତପ୍ରକାଶ ପାଇଛି।କୁଚିଣ୍ଡା ସ୍ଥିତ କଲ୍ଲେଇପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ମୁଖ୍ୟ ଅତିଥି ଭାବେ ସମାଜସେବୀ ଯୁଗଳ କିଶୋର ମହାକୁଡ ଓ ସମ୍ମାନୀତ ଅତିଥି ଭାବେ ବିପିନ ବିହାରୀ ନାୟକ,ପୁର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ ବାରିକ ଗୁଛରା ସରପଞ୍ଚ୍ ଥନେଶ୍ୱର ନାୟକ ଓ ସାମାଜିକ କର୍ମୀ ତଥା ରେଡକ୍ରସର ଆଜୀବନ ସଦସ୍ୟ ଡା.ରାଜାରାମ ଷଡଙ୍ଗୀ ବିଶେଷ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନ ଶୈଳୀ ଉପରେ ନିଜର ପ୍ରାଧ୍ୟାନ୍ୟତା ପ୍ରକାଶ କରିବା ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ। ଏହାପରେ ଫାଷ୍ଟ-ଏଡ (ପ୍ରାଥମିକ ଚିକିତ୍ସା) ଓ ସୁରକ୍ଷିତ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପେୟ,ଦିନ ଓ ରାତ୍ର ଚର୍ଚ୍ଚା,ଆଚାର ବ୍ୟବହାର,ପରିବେଶ, ପରିଚ୍ଛନତା ପ୍ରଭୃତି ବିଷୟରେ ଆଲୋଚନା କରି ଏହାର ପ୍ରଦର୍ଶନ ଦେଖାଇ ବୁଝାଇଥିଲେ। ମହାବିଦ୍ୟାଳୟ ଅଧ୍ଯକ୍ଷ ଡିଲେଶ୍ୱର ବେହେରା ଏଥିରେ ଅଧ୍ୟକ୍ଷତା କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କାର୍ଯ୍ୟକ୍ରମକୁ ବିକଶିତ କରିବାକୁ ଲକ୍ଷ ରଖିଥିବା ନେଇ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ପଣ୍ଡା,ସନାତନ ବିଶୋଇ,ଝାନସି କିସାନ,ଜୁଆକିମ୍ ଖେସ୍,ଫକିର ମୋହନ ଦଣ୍ଡିଆ ଉପସ୍ଥିତ ରହି ଶିକ୍ଷାର୍ଥୀଙ୍କୁ ପ୍ରତିଭା ବିକାଶ ନେଇ ଉତ୍ସାହିତ କରିଥିଲେ । ଶେଷରେ ଅଧ୍ୟାପକ ସୁବୋଧ କୁମାର ସାହୁ,ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ