Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଜ୍ଜାପନ ଉତ୍ସବ ପାଳନ

କଳାହାଣ୍ଡି, ୦୨/୧୨ (ଜଗନ୍ନାଥ ନାଏକ) : ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ, ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଉତ୍ସବର ସଭାପତି ଡ. ତ୍ରିଲୋଚନ ଜେନାଙ୍କ ପୌରହିତ୍ୟରେ ଆଜି ଉଜ୍ଜାପନୀ ଉତ୍ସବ ପାଳିତ ହୋଇଅଛି| ଏହି କାର୍ଯ୍ୟକ୍ରମ ତା ୧୭-୧୧-୨୦୨୩ରିଖ ରୁ ୩୦.୧୧.୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମମାନ ଦୁଇ ନୋଡାଲ ଅଫିସର ଡ. ରଜନୀକାନ୍ତ ଜେନା ଓ ପ୍ରଫେସର ପ୍ରବୀର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା | ଆଜି ଏହି ଉଜ୍ଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷ୍ୟା ଶ୍ରୀମତୀ ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଅଧ୍ୟାପକ ଶ୍ରୀ ପ୍ରବୀର କୁମାର ମିଶ୍ର,ଅଧ୍ୟାପକ ଡ ରଜନୀକାନ୍ତ ଜେନାପ୍ରମୁଖ ଯୋଗଦେଇ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ କ୍ରୀଡା, ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ସଙ୍ଗେସଙ୍ଗେ ନିଜ ଅନ୍ତର୍ନିହିତ ପ୍ରତିଭା କୁ ପରିପୃଷ୍ଟ କରିବା ପାଇଁ ଆହ୍ବାନ ଦେଇଥିଲେ | ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ନିଜ ଅଭିଭାଷଣରେ ଛାତ୍ରୀ ମାନଙ୍କ ଭିତରେ ଥିବା ଅସୀମ ଧୈର୍ଯ୍ୟ , ପ୍ରଚେଷ୍ଟାକୁ ବଳବତ୍ତର ରଖିବା ସହ ଆଗାମୀ ଦିନରେ ଛାତ୍ରୀମାନେ ଶିକ୍ଷା ସହ ଅନ୍ୟ କାର୍ଯ୍ୟକ୍ରମମାନଙ୍କରେ କିପରି ପୂର୍ଣ୍ଣ ମାତ୍ରାରେ ଅଂଶଗ୍ରହଣ କରିବେ ସେଥିପ୍ରତି ପ୍ରେରଣା ଦେବା ସଙ୍ଗେ ସଙ୍ଗେ ସରକାରଙ୍କୁ ଏଭଳି ପ୍ରେରଣା ମୂଳକ ପଦକ୍ଷେପ ପାଇଁ ଧନ୍ୟବାଦ ଦେଇଥିଲେ | କ୍ରୀଡା କାର୍ଯ୍ୟକ୍ରମରେ କ୍ରିକେଟ, ବ୍ୟାଡ଼ମୀଣ୍ଟନ, କବାଡ଼ି, ରସି ଟଣା ସହ ଦୌଡ଼, ଜେଭଲିନ, ଡିସ୍କସ, ସଟଫୁଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ କବିତା ଆବୃତ୍ତି, ସଙ୍ଗୀତ ପରିବେଷଣ, ପାରମ୍ପରିକ ନୃତ୍ୟ ଓ ଶାସ୍ତ୍ରୀୟ ଓ ଆଧୁନିକ ନୃତ୍ୟ ପରିବେଷଣ, ପାରମ୍ପରିକ ରୋଷେଇ, ପାରମ୍ପରିକ ବେଶଭୂଷା, ତର୍କ, ଗଳ୍ପ କଥନ, ଶଙ୍ଖ ବାଦନ, ଚିତ୍ରାଙ୍କନ, ମୂରୁଜ, ରଙ୍ଗୋଲି ବାଲୁକା ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମରେ ଛାତ୍ରୀ ମାନେ ଭାଗ ନେଇଥିଲେ | ସାମାଜିକ କାର୍ଯ୍ୟକ୍ରମରେ +୨ ଛାତ୍ରୀମାନେ କସାକେନ୍ଦୁ ଗ୍ରାମକୁ ଓ +୩ ଛାତ୍ରୀମାନେ ରିଷି ଗାଁ କୁ ଦୁଇଦିନ ପାଇଁ ଯାଇ ବାଲ୍ୟ ବିବାହ ଓ ଯୌତୁକ ନିର୍ଯ୍ୟାତନା , ପ୍ଲାଷ୍ଟିକ ବର୍ଜନ, ଅସ୍ପୃଶ୍ୟତା ନିବାରଣ, ଆର୍ଥିକ ସାକ୍ଷରତା, ସାକ୍ଷରତା, ରୋଷେଇ ବଗିଚା ପ୍ରାଥମିକ ସହାୟତା, ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା ଓ ଶିଶୁ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ବିଭିନ୍ନ ପ୍ରକାରର ସଚେତନତା ରାଲି ଓ ପଥପ୍ରାନ୍ତ ନାଟକମାନ ପ୍ରଦର୍ଶନ କରିଥିଲେ |ଏହି ସମସ୍ତ କାର୍ଯ୍ୟକ୍ରମରେ କୃତି ଛାତ୍ରୀମାନଙ୍କୁ ଆମନ୍ତ୍ରିତ ଅତିଥି ମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ | ପୁରସ୍କାର ପ୍ରଦାନ ରେ ୧୪ନଂ ୱାର୍ଡ ସଭ୍ୟା ଶ୍ରୀମତୀ ରଞ୍ଜୁକ୍ତା ପ୍ରଧାନ ସହଯୋଗ କରିଥିଲେ।ରାଜନୀତି ବିଜ୍ଞାନର ସହକାରୀ ଅଧ୍ୟାପିକା ନଳିନୀ ବାଗ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ