Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା…ପ୍ରଦର୍ଶିତ ହେଲା ୧୦୮ ପ୍ରକଳ୍ପ.

ଲକ୍ଷ୍ମୀପୂର ୦୨.୧୨ …. ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ପ୍ରିନସିପାଲ ସସ୍ମିତା ବିଶ୍ୱାଳ ଙ୍କ ପ୍ରତ୍ୟକ ତତ୍ୱାବଧାନ ରେ ଅନୁଷ୍ଠିତ ବିଜ୍ଞାନ ମେଳା ରେ ବିଭିନ୍ନ ବିଭାଗ ର ୧୦୮ଟି ପ୍ରକଳ୍ପ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା। ବହୁ ଚର୍ଚ୍ଚା ରେ ଥିବା ଚନ୍ଦ୍ରଜାନ ଭଳି ପ୍ରକଳ୍ପ ଠାରୁ ଆରମ୍ଭ କରି ସୌର ଜଳ ସେଚିତ ପ୍ରକଳ୍ପ,କୋରାପୁଟର ଆଦିବାସୀ ସସ୍କୃତି,ଓଡ଼ିଶାର ପରମ୍ପରା,ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ପ୍ରସୂତି ସମନ୍ଦିୟ ପାର୍ଥକ୍ୟ,ଜଳ ସଂରକ୍ଷଣ ଓ ସନ୍ଧାନ ଭଳି ୩୦ ଟି ବିଭାଗର ୧୦୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏଥିରେ
ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ, ଅବସର ପ୍ରାପ୍ତ ପୂର୍ବତନ କିରାଣୀ ଗୋକୁଳି ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଜୁନିୟର ବର୍ଗରେ ଆୟୁଶ୍ରୀ ଜେନା ଓ ଭୂମି ପ୍ରିୟଦର୍ଷିନି ପ୍ରଥମ ହୋଇଥିବା ବେଳେ ଅଧିପ ଶତପଥୀ ଓ ସତ୍ୱୀକ୍ ପ୍ରୀୟଂସ ଖୋସଲା ଦ୍ୱିତୀୟ ,କୋଟନି ଲଖ୍ଷିତା ଓ ଆରୋହୀ ପଟ୍ଟନାୟକ ତୃତୀୟ ହୋଇଥିବା ବେଳେ ସବ ଜୁନିୟର(୧) ବର୍ଗରେ ଅନିସ ଶତପଥୀ ପ୍ରଥମ, ନମନ୍ ଜେନା ଦ୍ୱିତୀୟ ,କିରଣ ପ୍ରସାଦ ସାହୁ ତୃତୀୟ,ସବ ଜୁନିୟର(୨)ବିଭାଗରେ ହର୍ଷିତା ସାହୁ ଓ ଅଦ୍ୟାସ୍ଲୋକ ରାଉତ ପ୍ରଥମ,ରଣବିର ସାହୁ ଓ କଳ୍ପିତା ଗରଡ଼ା ଦ୍ୱିତୀୟ ,ନୟନ ପାତ୍ର,ସଂଗୀତା ୱେଡେକା,ଗୌରୀ ମାଣ୍ଡିଙ୍ଗା ତୃତୀୟ,ବରିଷ୍ଠ ବିଭାଗରେ କୁମ୍ କୁମ୍ ଖରା ପ୍ରଥମ, ଦିବ୍ୟଜିତ୍ ସାହୁ ଓ ଅମିତ୍ ମିଣିଆକା ଦ୍ୱିତୀୟ ହୋଇଥିବା ବେଳେ ଅନ୍ଵେଷା ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଜ୍ଞାନ ପ୍ରକଳ୍ପରେ  ଶିକ୍ଷକ ଦୁର୍ଗା ଆଚାର୍ଯ୍ୟ, ମଞ୍ଜୁବାଳା ପଣ୍ଡା, ନବ ନିତା ସ୍ଵାଇଁ,ଶ୍ରଦ୍ଧାଞ୍ଜଳି ଜେନା, ତନୁଶ୍ରି ରାୟ,ନରେନ୍ଦ୍ର ବେହେରା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ।ଏହି ବିଜ୍ଞାନ ମେଳରେ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ କର୍ମ ଚାରି ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ