Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା କୃଷି ମହାବିଦ୍ୟାଳୟରେ ସବୁଜ ଉଦ୍ୟୋଗ କର୍ମଶାଳା

ଚିପିଲିମା,ଚିପିଲିମା ଓୟୁଏଟି ଅଧିନିସ୍ଥ ଚିପିଲିମା କୃଷି ଓ ଉଦ୍ୟାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ କୃଷି ଉଚ୍ଚତର ଶିକ୍ଷା ପରିଯୋଜନାର ଆର୍ଥିକ ସହାୟତାରେ “ସବୁଜ ଉଦ୍ୟୋଗ” ସ୍ଥାୟୀକୃଷି ପାଇଁ ଏକ ଉଦୀୟମାନ ଦୃଷ୍ଟାନ୍ତ ନେଇ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଗୌରୀ ଶଙ୍କର ସିଂ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସମ୍ବଲପୁର, ସମ୍ମାନିତ ଅତିଥି ଭାବେ ଶ୍ରୀ ବିଦ୍ୟାନାଥ ଝା, ସିନିୟିର ଭାଇସ ପ୍ରେସିଡେଣ୍ଟ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀ ଲିମିଟେଡ ଏବଂ ଶ୍ରୀ ହିମାଂଶୁ ଶେଖର ସାହୁ, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ, ସମ୍ବଲପୁର ତଥା ଆଇଆଇଏମ୍, ସମ୍ବଲପୁର ର ସହଯୋଗୀ ପ୍ରାଧ୍ୟାପିକ ଶ୍ରୀ ଦୀପ୍ତି ରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଶ୍ରୀ ଉମାଶଙ୍କର ମିଶ୍ର, କୃଷି ଜିଲ୍ଲା ଅଧିକାରୀ, ସମ୍ବଲପୁର ଓ ଶ୍ରୀ ଟଙ୍କଧର ନାଗ, ସହାୟକ କୃଷି ଅଧିକାରୀ, ସମ୍ବଲପୁର, ଡ଼ଃ ଦିପଙ୍କର ମଣ୍ଡଳ, ବୈଜ୍ଞାନିକ, (ଆରଆରଟିଟିଏସ)ଚିପିଲିମା ତଥା ଉଭୟ ମହାବିଦ୍ୟାଳୟର ପ୍ରାଧ୍ୟାପକ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କୈଳାଶ ଚନ୍ଦ୍ର ସାମଲ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଯୋଜିକା ଡ଼ଃ ଇପ୍ସିତା ଦାସ, ସହ-ସଂଯୋଜିକା ଡ଼ଃ ପ୍ରଜ୍ଞା ପରିମିତା ରାଉତ ଏବଂ ଉପ-ସଂଯୋଜିକା ଡ଼ଃ ଦୀପିକା ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ