Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିରିମିରି ତିନି ଛକ ଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ୍ୟୁ

କଳାହାଣ୍ଡି, ୦୪/୧୨ (ଜଗନ୍ନାଥ ନାଏକ) :କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ମିରିମିରି ତିନି ଛକ ଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଟିଙ୍ଗିପଦର୍ ଗ୍ରାମର ଦେବାର୍ଚନ ଡନସେନା ବୟସ ୩୭ ପିତା ବନମାଳୀ ଡନସେନା। ସୁଚନା ରୁ ପ୍ରକାଶ ଜୀମୁତ୍ ବାହାନ ହରପାଲଙ୍କ ଧାନ ଅମଳ ହୋଇଥିବାରୁ ତାଙ୍କ ଟ୍ରାକ୍ଟର ଗାଡ଼ି ନଂ ଓ ଆର ୦୮ ସି ୧୯୫୮ଯୋଗେ ଧାନ ଆଣିବା ପାଇଁ ତାଙ୍କର ଡ଼୍ରାଇଭର କୃପା ଭାଟି ନିଜେ ଦେବାର୍ଚନ ଡନସେନାଙ୍କୁ କାମ କରିବାକୁ ଡାକିଥିଲେ । ଧାନ ଖଳାରୁ ଡ଼୍ରାଇଭର କୃପା ଭାଟି ଦୁଇ ଶ୍ରମିକଙ୍କୁ ଧରି ଟ୍ରାକ୍ଟରଟିକୁ ବିଲ ଅଭିମୁଖେ ନେଉଥିବା ବେଳେ ଟ୍ରାକ୍ଟର ରୁ ଦେବାର୍ଚନ ଡନସେନା ଡେଇଁ ପଡ଼ିଥିଲେ । ଉକ୍ତ ସମୟରେ ଟ୍ରାକ୍ଟର ପଛଚକ ତାଙ୍କ ଉପରେ ଚଡ଼ିଯିବା ହେତୁ ତାଙ୍କ ପାଟିରୁ ରକ୍ତ ସ୍ରାବ ହେଉଥିଲା । ଟ୍ରାକ୍ଟର ମାଲିକ ଜିମୁତ୍ ବାହାନ ହରପାଲ୍ ଓ ସ୍ଥାନୀୟ ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଳି ମୃତକ ପରିବାର ପକ୍ଷରୁ କୁହାଯାଇଛି । ହେଲେ ଏଉପରେ କେଗାଁ ପୋଲିସକୁ ଫୋନ ଯୋଗେ ଯୋଗା ଯୋଗ କଲାପରେ ମୃତକ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ କିନ୍ତୁ ଖବର ପାଇଲା ପରେ ଏସ ଆଇ ଏମ ରାୟ ହାସଦାଙ୍କୁ ତଦନ୍ତ ପାଇଁ କହିଥିବା କେଗାଁ ଆଇ ଆଇ ସି ମକୁନ୍ଦ ଦେବ ନାଏକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ